ପୁଲିସ୍ ଡିଜି’ଙ୍କ ଦ୍ବାରା ସମ୍ମାନିତ ହେଲେ ବାରିପଦା ଟାଉନ୍ ଥାନା ଅଧିକାରୀ

Advertisment
ପୁଲିସ୍ ଡିଜି’ଙ୍କ ଦ୍ବାରା ସମ୍ମାନିତ ହେଲେ ବାରିପଦା ଟାଉନ୍ ଥାନା ଅଧିକାରୀ

ବାରିପଦା: ସେବା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ ନିମନ୍ତେ ବାରିପଦା ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପୁଲିସ ଡିଜି ଅଭୟଙ୍କ ଦ୍ବାରା ସମ୍ମାନୀତ ହୋଇଛନ୍ତି। ଆଜି ୮୬ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟାଳୟ କଟକରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସେନାପତିଙ୍କୁ ସମ୍ମାନୀତ କରାଯାଇଥିଲା। ଜଣେ କର୍ତ୍ତବ୍ୟନିଷ୍ଠ ତଥା ଲୋକାଭିମୁଖୀ ପୁଲିସ ଅଧିକାରୀ ଭାବେ ବୀରେନ୍ଦ୍ରଙ୍କର ସୁନାମ ରହିଛି। କରୋନା ସମୟରେ ତାଙ୍କର କାର୍ଯ୍ୟ ବେଶ ପ୍ରଶଂସନୀୟ ରହିଥିଲା। କର୍ତ୍ତବ୍ୟ ସମ୍ପାଦନରେ ନିଷ୍ଠା ଏବଂ ଦାୟିତ୍ବପରାୟଣତା ପାଇଁ ଶ୍ରୀ ସେନାପତିଙ୍କୁ ମିଳିଥିବା ଏହି ସମ୍ମାନକୁ ନେଇ ବାରିପଦାର ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe