ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା: ବାସୁଦେବପୁର ବିଡିଓ କରୋନା ପଜିଟିଭ, ଚାନ୍ଦବାଲି ସଟ୍‌ଡାଉନ ରହିବ ୫ ଦିନ

Advertisment
ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା: ବାସୁଦେବପୁର ବିଡିଓ କରୋନା ପଜିଟିଭ, ଚାନ୍ଦବାଲି ସଟ୍‌ଡାଉନ ରହିବ ୫ ଦିନ

ଭଦ୍ରକ: ବାସୁଦେବପୁର ବିଡିଓ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ବିଡିଓ କରୋନା ପଜିଟିଭ ଚିହ୍ନଟ ହେବା ପରେ ବାସୁଦେବପୁର ବ୍ଲକ କାର୍ଯ୍ୟାଳୟକୁ ୨ ଦିନ ଲାଗି ଅଗଷ୍ଟ ୧୧ ଓ ୧୨ ସଟ୍‌ଡାଉନ୍‌ ରଖାଯାଇଛି।

ବାସୁଦେବପୁର ବ୍ୟତୀତ ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦରେ ଆଜି ୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଗଷ୍ଟ ୧୨ ତାରିଖ ସନ୍ଧ୍ୟା ୬ଟାରୁ ଅଗଷ୍ଟ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରାଯାଇଛି।

publive-image

ସଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏଥିସହ ରାଶନ ସାମଗ୍ରୀ ଦୋକାନ ପନିପରିବା ଓ କ୍ଷୀର ଦୋକାନ ଖୋଲା ରହିବ। ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା ତଥା ପ୍ରତିରକ୍ଷା ପ୍ରତିଷ୍ଠାନ ଖୋଲାରହିବ। ପୋଷ୍ଟ ଅଫିସ ଖୋଲା ରହିବ, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଗମନାଗମନ କରିପାରିବେ। ଟେଲିକମ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଚଳପ୍ରଚଳ କରିପାରିବେ। ଅନୁମତି ପ୍ରାପ୍ତ ଗଣ ମାଧ୍ୟମ ପ୍ରତିନିଧିମାନେ ଯାତାୟାତ କରିପାରିବେ, ପାନୀୟଜଳ, ପରିମଳ ବିଭାଗର କର୍ମଚାରୀମାନେ ଯାତାୟାତ କରିପାରିବେ। ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯାତାୟାତ କରିପାରିବେ। ମାଲବାହୀ ସାମଗ୍ରୀର ଗାଡି ଯାତାୟାତ କରିପାରିବ। କୃଷି, କୃଷିଜାତ ଦୋକାନ, ଗୋଖାଦ୍ୟ ପଶୁସମ୍ପଦର ଦୋକାନ, ଖୋଲା ରହିବ। ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣ କେନ୍ଦ୍ର ଖୋଲା ରହିବ। ଅନଲାଇନ ସେବା ଯୋଗାଉଥିବା କ୍ଷେତ୍ର ଖୋଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe