ବ୍ୟାଟେରି ଚୋରି ଅଭିଯୋଗରେ ୩ ଗିରଫ

ୟୁନିଟ୍‌-୪ ବୋମାମାଡ଼ ମାମଲାରେ ଆଉ ଜଣେ ଗିରଫ

ଧର୍ମଶାଳା: ଜିଇଓ ମୋବାଇଲ ଟାୱାରରୁ ବ୍ୟାଟେରି ଚୋରି ଅଭିଯୋଗରେ ଜାରକା ବିଟ୍ ପୋଷ୍ଟ୍ ପୁଲିସ୍‌ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ଟି ବ୍ୟାଟେରି ଓ ୩ଟି ମୋବାଇଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଧାମନଗର ଅଞ୍ଚଳର ଚାନ୍ଦ ଅଲ୍ଲି ଖାଁ, ମୀର ସୋହେଲ୍ ଓ ମୀର ସେହେବାଜକୁ ପୁଲିସ୍‌ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରିଛି। ପ୍ରକାଶ ଯେ, ଧର୍ମଶାଳା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଓ ଅଚ୍ୟୁତପୁର ଗାଁ ନିକଟରେ ଥିବା ଜିଇଓ ମୋବାଇଲ ଟାୱାରରୁ କିଛିଦିନ ପୂର୍ବେ ବ୍ୟାଟେରି ଚୋରି ହୋଇଥିଲା।

ଏନେଇ କମ୍ପାନି କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ୨୦୧/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତେବେ ଧାମନଗର ଅଞ୍ଚଳର ସୋହେଲ୍ ଓ ସେହେବାଜ୍ ଟାୱାରରୁ ବ୍ୟାଟେରି ଚୋରି କରି କବାଡ଼ିଆ ଦୋକାନୀ ଚାନ୍ଦ୍ ଅଲ୍ଲି ଖାଁଙ୍କୁ ବିକ୍ରି କରିଥାନ୍ତି। ଏ ସଂପର୍କରେ ସୁରାକ୍ ପାଇ ଜାରକା ବିଟ୍ ପୋଷ୍ଟ୍ ଅଧିକାରୀ ପ୍ରଶାନ୍ତ କୁମାର ତ୍ରିପାଠୀ ସଦଳବଳ ଧାମନଗର ଅଞ୍ଚଳରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କ ନାଁରେ ଭଦ୍ରକ ସଦର, ଧାମନଗର, ଧର୍ମଶାଳା ଆଦି ବିଭିନ୍ନ ଥାନାରେ ବହୁ ଚୋରି ମାମଲା ରହିଥିବା ଜଣାପଡ଼ିଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ରଗଡ଼ି ବିଚାର ବିଭାଗୀୟ ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe