ଜାତୀୟ କୃଷି ବଜାର ସହ ସଂଯୁକ୍ତ ହେଲା ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି

Advertisment
ଜାତୀୟ କୃଷି ବଜାର ସହ ସଂଯୁକ୍ତ ହେଲା ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି

Sambad

ରାଇରଙ୍ଗପୁର: ଓଡ଼ିଶା ରାଜ୍ୟ କୃଷି ବିପନ୍ନ ପରିଷଦଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ବିଧିବଦ୍ଧ ଭାବରେ ଜାତୀୟ କୃଷି ବଜାର ସହିତ ଆଜିଠାରୁ ସଂଯୁକ୍ତ ହେଲା। ଯାହାଫଳରେ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଭାରତର କୋଣେ ଅନୁକୋଣେ ସମସ୍ତ କୃଷି ବଜାର ସହିତ ଯୋଡି ହୋଇ ଆମଦାନୀ ଓ ରପ୍ତାନି କରି ପାରିବ। ଯାହାଦ୍ବାରା ଚାଷୀମାନେ ସେମାନଙ୍କର କଷ୍ଟ ଉପ୍ତାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ କରିବାର ସୁଯୋଗ ପାଇ ପାରିବେ। ବ୍ୟବସାୟୀ ମାନେ ମଧ୍ୟ ଇ-ନାମ ମାଧ୍ୟମରେ ସମସ୍ତ କୃଷିଜାତ ଦ୍ରବ୍ୟର ଆମଦାନୀ ଓ ରପ୍ତାନୀ ଚାଷୀ ତଥା ଖାଉଟିଙ୍କ ଚାହିଦା ମୁତାବକ ନେଣଦେଣ କରିବାର ସୁବିଧା ସୁଯୋଗ ପାଇ ପାରିବେ ବୋଲି ପ୍ରକାଶ କରିଛନ୍ତି।

ଏହାକୁ ବଜାର ନିୟନ୍ତ୍ରିତ କାର୍ଯ୍ୟାଳୟ ପରିସରରେ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟିର ଉପାଧ୍ୟକ୍ଷ ପାର୍ଥସାରଥୀ କବି, ବିଭାଗୀୟ ଅଧିକାରୀ ତଥା ସଂପାଦକ ହେମନ୍ତ ନାଏକ, ଆରଏମସି କର୍ମଚାରୀ ଦୀନେଶ ବେହେରା, ଦେଵନନ୍ଦନ ଚନ୍ଦ୍ର କୁମାର, ଅଜୟ ମଲ୍ଲିକ, ଭୋଳାନାଥ ହେମ୍ବ୍ରମ, ଶିବ କୁମାର ଦାସ, ବ୍ୟବସାୟୀ ମନିଷ ସରେଇଓ୍ବାଲା, ଚାଷୀ ଭବାନୀ ଶଙ୍କର ମହାନ୍ତ, ଅନିଲ ବେହେରାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ଏଥିରେ ଭାରାପ୍ରାପ୍ତ ସମ୍ପାଦକ ହେମନ୍ତ ନାୟକ ଏବଂ ଉପାଧ୍ୟକ୍ଷ ପାର୍ଥସାରଥୀ କବି ଇ-ନାମ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe