ମାଓପ୍ରବଣ ଅଞ୍ଚଳରେ ପାଦେ ପାଦେ ରହିଥାଏ ବିପଦ; ତଥାପି ଜୀବନକୁ ବାଜି ଲଗାଇ ଲୋକଙ୍କ ଅସୁବିଧା ବୁଝିବାକୁ ଯାଇ ପହଞ୍ଚିଥିଲେ ମହିଳା ବିଡିଓ

Advertisment
ମାଓପ୍ରବଣ ଅଞ୍ଚଳରେ ପାଦେ ପାଦେ ରହିଥାଏ ବିପଦ; ତଥାପି ଜୀବନକୁ ବାଜି ଲଗାଇ ଲୋକଙ୍କ ଅସୁବିଧା ବୁଝିବାକୁ ଯାଇ ପହଞ୍ଚିଥିଲେ ମହିଳା ବିଡିଓ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଅପହଞ୍ଚ ଆଦିବାସୀ ଅଞ୍ଚଳର ବିକାଶ କରିବାକୁ ପଣ କରିଥିବା ମହିଳା ବିଡିଓ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସମସ୍ୟା ବୁଝି ଥାଆନ୍ତି ଏବଂ ତାହାକୁ ସମାଧାନ ମଧ୍ୟ କରି ଥାଆନ୍ତି। ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଲୋକଙ୍କ ଅସୁବିଧା ବୁଝୁଥିବା ମଦନପୁର ରାମପୁର ବିଡିଓ ରୁମନା ଜାଫ୍ରିଙ୍କ ଏଭଳି ପ୍ରୟାସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି।

କେମିତି ଅଛନ୍ତି ଅପହଞ୍ଚ ଇଲାକାର ଲୋକେ ? କେମିତି ଚଳୁଛନ୍ତି ନଈ ଆରପଟେ ଜୀବନ ବିତାଉଥିବା ଆଦିବାସୀ ଲୋକେ? ଲୋକଙ୍କୁ ମୌଳିକ ସୁବିଧା ମିଳୁଛି ନା ଗାଁରେ ବିକାଶ ପହଞ୍ଚିବାରେ କେଉଁଠି ବାଧା ସୃଷ୍ଟି ହେଉଛି ? ଏ ସବୁ ପ୍ରଶ୍ନର ଉତ୍ତର ପାଇବାକୁ ନଈ ପାରି ହୋଇ ଲୋକଙ୍କ ପାଖରେ ପହଞ୍ଚିଥିଲେ ବିଡିଓ । ବଣ ପାହାଡ, ଜଙ୍ଗଲିଆ ରାସ୍ତା ଆଉ ବିପଦପୂର୍ଣ୍ଣ ନଈରେ ପଶି ନାଗଝରୀ ଗାଁ ଲୋକଙ୍କ ଗୁହାରୀ ଶୁଣିଛନ୍ତି ବିଡିଓ ।

publive-image

ଭବାନୀପାଟଣା ସହର ଠାରୁ ୫୦ କିଲୋମିଟର ଦୂରରେ ଥିବା ଉର୍ଲାଦାନୀ ନାଗଝରୀ ଗାଁରେ ବିଡିଓ ଯାଇ ପହଞ୍ଚିଲେ । ଗ୍ରାମସଭା କରି ଗାଁ ଲୋକଙ୍କ ଗୋଟିଗୋଟି ସମସ୍ୟା ବୁଝିଥିଲେ, ଆଉ ଏସବୁ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ତେବେ ନାଗଝରୀ ଗାଁ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଗସ୍ତ ବେଳେ ପାଦେ ପାଦେ ବିପଦ ରହିଥିଲା। ମାତ୍ର ଆଦିବାସୀଙ୍କ ବିକାଶ ଓ ସେବାକୁ ମୂଳମନ୍ତ୍ର ଭାବିଥିବା ବିଡିଓ ସେସବୁକୁ ବେଖାତିର କରି ଲୋକଙ୍କ ପାଖରେ ଯାଇ ପହଞ୍ଚିଥିଲେ । ଖାଲି ନାଗଝରୀ ଗାଁକୁ କାହିଁକି ପୂର୍ବରୁ ବଣ ପାହାଡ ଡେଇଁ ଏମିତି ଅନେକ ଗାଁକୁ ମଧ୍ୟ ଗସ୍ତ କରିଛନ୍ତି ବିଡିଓ ରୁମନା ଜାଫ୍ରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe