ସ୍କୁଲ ପରିସରକୁ ପଶି ଆସିଲେ ତିନିଟି ଜଙ୍ଗଲୀ ଭାଲୁ; ଛାତ୍ରଛାତ୍ରୀ ଭୟଭୀତ: ଦେଖନ୍ତୁ ଭିଡିଓ

ସ୍କୁଲ ପରିସରକୁ ପଶି ଆସିଲେ ତିନିଟି ଜଙ୍ଗଲୀ ଭାଲୁ; ଛାତ୍ରଛାତ୍ରୀ ଭୟଭୀତ: ଦେଖନ୍ତୁ ଭିଡିଓ

ମାଲକାନଗିରି: ମାଲକାନଗିରି ମାଥିଲିରେ ଦୁଇଦିନ ହେବ ଭାଲୁ ଆତଙ୍କ ଦେଖା ଦେଇଛି। ଖଇରପୁଟ ବ୍ଲକ ଗୋବିନ୍ଦପାଲି ଏସସିଏସଟି ସ୍କୁଲ ପରିସରକୁ ଜଙ୍ଗଲ ପଟୁ ଗତକାଲି (ଶୁକ୍ରବାର) ରାତି ୧୦ଟା ବେଳକୁ ୩ଟି ଜଙ୍ଗଲୀ ଭାଲୁ ପଶି ଆସିଥିଲେ।

ତେବେ ବାରମ୍ବାର ସ୍କୁଲ ପରିସରକୁ ଏପରି ଜଙ୍ଗଲୀ ଭାଲୁ ପଶି ଆସିଥିବା ଦେଖି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଛି। କିଛି ଛାତ୍ରଛାତ୍ରୀ ଭାଲୁକୁ ଦେଖି ଭୟଭୀତ ହୋଇ ଲୁଚି ପଡ଼ିଥିବା ବେଳେ ଅନ୍ୟ କିଛି ଛାତ୍ର ଭାଲୁକୁ ଦେଖି ଘଉଡାଇବାକୁ ଉଦ୍ୟମ କରିଥିଲେ। ପିଲାଙ୍କ ପାଟି ଓ ପଥରମାଡ ଦେଖି ୩ଟି ଭାଲୁ ସ୍କୁଲ ପରିସରରୁ ଗେଟ ଡେଇଁ ପଳାଇଥିଲେ।

ତେବେ ଏହି ଦୃଶ୍ୟ ସ୍କୁଲ ପରିସରରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା । ଭାଲୁଦଳ ସ୍କୁଲ ପରିସରରୁ ଚାଲି ଯାଇଥିଲେ ବି ଛାତ୍ରଛାତ୍ରୀଙ୍କ ମନରେ କେଉଁଠିନା କେଉଁଠି ଭୟ ରହି ଯାଇଛି। ସେଥିପାଇଁ ଛାତ୍ରଛାତ୍ରୀମାନେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ସ୍କୁଲ ଭିତରକୁ ଭାଲୁ ପଶି ଆସୁଥିବା ଖବର ସ୍ଥାନୀୟ ରେଞ୍ଜରକୁ ଦିଆଯାଇଛି। ରେଞ୍ଜର ଭାଲୁ ଘଉଡାଇବା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ବି ଦେଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe