ଭାଲୁ ଆକ୍ରମଣରେ ଜଣେ ମୃତ

Advertisment
ଭାଲୁ ଆକ୍ରମଣରେ ଜଣେ ମୃତ

National Park Service

ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ବ୍ଲକ ଅମଲାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ନୀଳଗୁଣ୍ଡିଗୁଡାରେ ସୋମବାର ଏକ ଭାଲୁ ଆକ୍ରମଣରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ନୀଳଗୁଣ୍ଡିଗୁଡାର ବିଜୟଦାନ ଖୁରା ଆଜି ଅପରାହ୍ନରେ ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲକୁ ଗାଈ ଚରେଇବାକୁ ଯାଇଥିଲେ। ତେବେ ୩.୩୦ ମିନିଟ ସମୟରେ ଏକ ଜଙ୍ଗଲି ଭାଲୁ ବିଜୟଙ୍କୁ ଆକ୍ରମଣ କରିଥିଲା । ବିଜୟ ପ୍ରାଣ ରକ୍ଷା କରିବାକୁ ବହୁ ଉଦ୍ୟମ କରିଥିଲେ ହେଁ ଭାଲୁର ଆକ୍ରମଣରୁ ବର୍ତ୍ତୀ ପାରି ନଥିଲେ ।

ଭାଲୁଟି ବିଜୟଙ୍କ ହାତ, ଗୋଡ଼ ଓ ମୁଣ୍ଡଙ୍କୁ କାମୁଡି ରାମ୍ପୁଡି ରକ୍ତାକ୍ତ କରି ଦେଇଥିଲା। ବିଜୟଦାନଙ୍କୁ ଭାଲୁ ଆକ୍ରମଣ କରିବା ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳଙ୍କୁ ବିଜୟଙ୍କ ମୃତ୍ୟୁ ହୋଇଯାଇଥିଲା। ବିଜୟଙ୍କ ଦୁଇଟି ପୁଅ ଅଛନ୍ତି । ବିଜୟ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ କୁଲି ମଜୁରୀ କରି ଜୀବିକା ନିର୍ବାହ କରୁଥିଲେ। ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତି ପୂରଣ ସହାୟତା ରାଶି ଯୋଗେଇ ଦେବାକୁ ଅମଲାଭଟ୍ଟା ସମିତି ସଭ୍ୟ ସୁଶାନ୍ତ ହିଆଲଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe