ଭବାନୀପାଟଣା ସହରକୁ ପୁଣି ମୁହାଁଇଲା ଜଙ୍ଗଲୀଭାଲୁ, ଦର୍ପଣସାଗର ପଡ଼ାରେ ଥିବା ନେଇ ବନ ବିଭାଗର ସୂଚନା

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

MyCentralJersey.com

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆଜି ପୁଣି ଜଙ୍ଗଲୀ ଭାଲୁ ସହର ମୁହାଁ ହୋଇଛି। ସହରର ଦର୍ପଣସାଗର ପଡ଼ାରେ ଭାଲୁ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେବା ପରେ ସହରବାସୀଙ୍କ ମଧ୍ୟରେ ଛନକା ପଶିଛି ଯ ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୧୪ ତାରିଖ ମଧ୍ୟରାତ୍ର ରେ ଏକ ଜଙ୍ଗଲୀ ଭାଲୁ ସହରକୁ ପସି ଆସିଥିଲା। ଭାଲୁକୁ କାବୁ କରି ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଛାଡିଥିଲେ। ପୁନର୍ବାର ଗତ ୨୧ ତାରିଖ ବିଳମ୍ବିତ ରାତିରେ ଆଉ ଏକ ଜଙ୍ଗଲୀ ଭାଲୁ ସହରକୁ ଆସିଥିଲା।

ବନ ବିଭାଗ, ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଭାଲୁକୁ କାବୁ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ। ଭାଲୁ ବନ ବିଭାଗ ପକ୍ଷରୁକୁ ଟ୍ରାଙ୍କୁଲାଇଜର କରାଯାଉଥିଲେ ସୁଦ୍ଧା ଭାଲୁର କୌଣସି ପ୍ରଭାବ ପଡୁନଥିଲା। ଜଙ୍ଗଲୀ ଭାଲୁ ୭ ଜଣଙ୍କୁ ଆକ୍ରମଣ କରି ଗୁରୁତର ଭାବେ ଆହତ କରିଥିଲା। ପରେ ଗତ ୨୨ ତାରିଖ ଦିନ ସ୍ଥାନୀୟ କୁସାଡୁଙ୍ଗରିକୁ ଭାଲୁ ଚାଲି ଯାଇଥିଲା।

ଆଜି ସନ୍ଧ୍ୟାରେ ଜଙ୍ଗଲୀ ଭାଲୁ ଭବାନୀପାଟଣା ସହରସ୍ଥିତ ଦର୍ପଣସାଗର ପଡାରେ ବୁଲୁ ଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦେବା ପରେ ସହରବାସୀଙ୍କ ମଧ୍ୟରେ ଛନକା ପସିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଜଙ୍ଗଲ ବିଭାଗ ଜୋନାଲ ଆରସିସିଏଫ ଥିବାବେଳେ ଦୁଇଟି ଡିଏଫଓ ଥାଇ ମଧ୍ୟ ଗୋଟିଏ ଭାଲୁକୁ ଧରିବାରେ ବିଫଳ ହେଉଛନ୍ତି। ଯଦି ଦୁର୍ଭାଗ୍ୟ ବଶତଃ ବାଘ କିମ୍ବା ସିଂହ ସହରକୁ ପଶିଲେ ବିଭାଗ ପକ୍ଷରୁ କଣ ପଦକ୍ଷେପ ନେବେ ସେ ନେଇ ସହର ବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।

ବନ ବିଭାଗର କର୍ମଚାରୀମାନେ ନିରୀହ କାଠ ବିକାଳୀ, କୋଇଲା ବିକାଳୀଙ୍କୁ ଧରପଗଡ଼ କରିବା ଓ ନିରୀହ ଆଦିବାସୀ ମନେ ଜଙ୍ଗଲ ଜମିରେ ବାସ କରୁଥିଲେ ତାଙ୍କ ଘର ଭାଙ୍ଗିବା ପାଇଁ ବଳ ପ୍ରୟୋଗ କରି ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ରାଜ୍ୟ ସରକାର କଳାହାଣ୍ଡି ବନ ବିଭାଗ ଅଧିକାରୀ ମାନଙ୍କୁ ବନ୍ୟଜନ୍ତୁଙ୍କୁ କାବୁ କରିବା ପାଇଁ ସ୍ୱତନ୍ତ୍ର ତାଲିମ ଦେବାର ବ୍ୟବସ୍ଥା କରିବାକୁ ସହରବାସୀଙ୍କ ମଧ୍ୟରେ ଦାବି ହୋଇଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe