ନବରଙ୍ଗପୁର: ଭାଲୁର ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

MyCentralJersey.com

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗ୍ରାମ ନିକଟରେ ଥିବା ମକାବାଡ଼ିରୁ ଏକ ମୃତ ଭାଲୁର ଶବକୁ ଉଦ୍ଧାର କରିଛି ମୈଦଲପୁର ବନବିଭାଗ। ଗ୍ରାମର କିଛି ବ୍ୟକ୍ତି ଶୌଚ ପାଇଁ ଯାଇଥିବା ବେଳେ ଏକ ଭାଲୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ମୈଦଲପୁର ବନବିଭାଗ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ଭାଲୁର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମୈଦଲପୁର ଆଣିଛନ୍ତି।

ବର୍ତମାନ ପଶୁ ଚିକିତ୍ସକ ଭାଲୁର ମୃତଦେହ ବ୍ୟବଚ୍ଛେଦ କରୁଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ବନଖଣ୍ଡ ଅଧିକାରୀ। ପ୍ରାଥମିକ ତଦନ୍ତରୁ ଭାଲୁକୁ ନିମାନିଆ ହୋଇଥିବାର ସନ୍ଦେହ କରିଛି ବନବିଭାଗ। କିନ୍ତୁ, ଶବ ବ୍ୟବଛେଦ ରିପୋର୍ଟ ଆସିଲେ ହିଁ ସଠିକ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓ। ଭାଲୁର ଆନୁମାନିକ ବୟସ ୬ରୁ ୮ ବର୍ଷ ଭିତରେ ହେବ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି। ଭାଲୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ଭାଲୁକୁ ଦେଖିବାକୁ ଝିପିଝିପି ବର୍ଷାରେ ମଧ୍ୟ ଆଖପାଖ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe