ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ମହୁଦୀପା ଗ୍ରାମର ସୁଦର୍ଶନ ମୁଣ୍ଡା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗାଁରେ ପଶି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ ଭାଲୁଟି ଗ୍ରାମର ଅଭିମନ୍ୟୁ ନାୟକଙ୍କ ଘରେ ପଶି ଯାଇଥିଲା। ସକାଳ ୭ ଟାରୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେଠାରେ ରହିଥିଲେ ହେଁ ଭାଲୁଟିକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ପକ୍ଷରୁ ସେମିତି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜଙ୍ଗଲ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚିଛନ୍ତି। ଲୋକଙ୍କ ଗହଳି କମିବା ପରେ ବିଳମ୍ବିତ ରାତିରେ ଭାଲୁକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡ଼ା ଯିବ ବୋଲି ସାହାରପଡା ବନପାଳ ମୋହିନୀ ମହାନ୍ତ ପ୍ରକାଶ କରିଛନ୍ତି।
ଘରେ ପଶିଗଲା ଭାଲୁ, ଆକ୍ରମଣରେ ଜଣେ ଗୁରୁତର
Advertisment
Follow Us