ଉମରକୋଟରେ ରାତିରେ ବୁଲୁଛି ଭାଲୁ

ଉମରକୋଟରେ ରାତିରେ ବୁଲୁଛି ଭାଲୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଭିତରେ ଭାଲୁ ଦେଖିବାକୁ ମିଳିଛି। ଜଙ୍ଗଲ ପରିସୀମା କମିବା ଯୋଗୁ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ନୀବଜନ୍ତୁ ସହର ଭିତରକୁ ପଶି ଆସୁଥିବା ନେଇ ସହରବାସୀ କହିଛନ୍ତି। ରାତି ଏବଂ ଭୋର ସମୟରେ ଉମରକୋଟ ସହର ସ୍ଥିତ ଡଙ୍ଗରି ଗୁଡା କଲୋନୀରେ ଭାଲୁ ବୁଲୁଥିବା ଲୋକେ ଦେଖିଛନ୍ତି। ଭାଲୁ ଭୟରେ ଆତଙ୍କିତ ହୋଇ ଲୋକେ ଘରୁ ବାହାରୁ ନାହାନ୍ତି।

ଉମରକୋଟ ବନ ବିଭାଗ ଏନେଇ ଖବର ପାଇଥିଲେ ମଧ୍ୟ ଭାଲୁକୁ କିପରି ଘଉଡ଼ାଯିବ ସେଥିପାଇଁ କୌଣସି ବ୍ୟବସ୍ଥା କରୁ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ବନବିଭାଗ ଭାଲୁକୁ ଶୀଘ୍ର ଧରି ସହରରୁ ବାହାର କରି ଜଙ୍ଗଲରେ ଛାଡ଼ିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe