ନୀଳଗିରି: ଗତକାଲି ରାତିରେ ନୀଳଗିରି ଥାନା ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲର ଡେଙ୍ଗାପିଆଶାଳ ଗାଁ ନିକଟରେ ଏକ ଭାଲୁ ଫାଶରେ ପଡ଼ିଯାଇଛି। ଭାଲୁଟିର ଗର୍ଜନ ଶୁଣି ଗ୍ରାମବାସୀ ଓ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଭାଲୁଟିକୁ ଉଦ୍ଧାର କରାଯାଇ ପାରି ନାହିଁ। ଅନୁଗୁଳରୁ ଏକ ଟ୍ରାଙ୍କୁଲାଇଜର ଦଳ ନୀଳଗିରିରେ ପହଞ୍ଚିବା ପରେ ଭାଲୁଟିକୁ ଟ୍ରାଙ୍କୁଲାଇଜର ଦେଇନିସ୍ତେଜ କରାଯିବା ପରେ ତାକୁ ମୁକ୍ତ କରିବେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସ୍ୱର୍ଣ୍ଣଚୁଡ଼ ପାହାଡ଼ରୁ ଏକ ଭାଲୁ ଖାଦ୍ୟ ଅନେ୍ଵଷଣରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲ ଦେଇ ଡେଙ୍ଗାପିଆଶାଳ ଗାଁ ଆଡକୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଏକ ଫାଶରେ ପଡ଼ି ଯାଇଥିିଲା। ଫାଶରେ ପଡ଼ିବା ପରେ ଭାଲୁଟି ଖୁବ୍ ଜୋର ଗର୍ଜନ କରି ଥିଲା। ଭାଲୁର ଗର୍ଜନ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିିବା ସହିତ ଏ ନେଇ ନୀଳଗିରି ରେଞ୍ଜ ଅଫିସକୁ ସୂଚନା ଦେଇଥିଲେ।। ନୀଳଗିରି ରେଞ୍ଜର ସୁକୁମାର ଦାସ ଏକ ୧୨ ଜଣିଆ ଟିମ୍ ସହିତ ଆସି ଭାଲୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଥିଲେ। ମାତ୍ର ଭାଲୁ ଉଦ୍ଧାର ସମ୍ଭବ ନ ହେବାରୁ ଡିଏଫଓଙ୍କୁ ଅବଗତ କରି ଅନୁଗୁଳରୁ ଟ୍ରାଙ୍କୁଲାଇଜର ଟିମଙ୍କୁ ଡକାଇଛନ୍ତି।
ନୀଳଗିରି: ଖାଦ୍ୟ ଅନେ୍ଵଷଣରେ ଆସି ଫାଶରେ ଫସିଲା ଭାଲୁ
Advertisment
Follow Us