କଇଁଜିରାରେ ଭାଲୁ ଆତଙ୍କ

କଇଁଜିରାରେ ଭାଲୁ ଆତଙ୍କ

Encyclopedia Britannica

ସୁକିନ୍ଦା: ସୁକିନ୍ଦା ବ୍ଲକ ଓଳିଆ ପଞ୍ଚାୟତର କଇଁଜିରା ଗ୍ରାମରେ ଭାଲୁ ଆତଙ୍କ। ଏକ ବଡ଼ ଭାଲୁ ଆମ୍ବ ଖାଇବାକୁ ନିକଟସ୍ଥ ଜଙ୍ଗଲରୁ ଗାଁ ଆଡ଼କୁ ପଳାଇ ଆସିଥିଲା। ଆମ୍ବ ଖାଇବା ଭିତରେ ରାତି ଭିତରେ ଆଉ ଜଙ୍ଗଲକୁ ଫେରିପାରି ନଥିଲା। ଫଳସ୍ୱରୂପ ଲୋକମାନଙ୍କ ନଜର ପଡ଼ିବା ପରେ ଆତଙ୍କ ଖେଳିଯାଇଥିଲା।

ଗ୍ରାମବାସୀ ହୋହଲ୍ଲା କରି ଘଉଡ଼ାଇବାକୁ ଉଦ୍ୟମ କରିବାରୁ ଭାଲୁଟି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ଲୁଚିଯାଇଥିଲା। ଏ ସମ୍ପର୍କରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ବିପିନ ବିହାରୀ ରାଉତରାୟ ଖବର ପାଇ ବିଭାଗୀୟ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇ ଭାଲୁର ଗତିବିଧି ଉପରେ ନଜର ରଖାଯାଇଥିବା ପ୍ରକାଶ କରିଛନ୍ତି। ସନ୍ଧ୍ୟା ପରେ ଭାଲୁଟିକୁ ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe