ଜିଆରଏସଙ୍କୁ ବିଚ୍ ରାସ୍ତାରେ ଅଟକାଇ ମାଡ଼ : ଲାପଟପ୍, ମୋବାଇଲ୍ ଲୁଟିନେଇ ଦୁର୍ବୃତ୍ତ ଫେରାର୍

ଜିଆରଏସଙ୍କୁ ବିଚ୍ ରାସ୍ତାରେ ଅଟକାଇ ମାଡ଼ : ଲାପଟପ୍, ମୋବାଇଲ୍ ଲୁଟିନେଇ ଦୁର୍ବୃତ୍ତ ଫେରାର୍

Bangalore Mirror

ଏସ. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ବାଙ୍କିପାଲି ପଞ୍ଚାୟତ ଗିଧମାଲ ନିକଟରେ ବୁଧବାର ଜଣେ ଜିଆରଏସଙ୍କୁ ବିଚ୍ ରାସ୍ତାରେ ମାଡ଼ମାରି ତାଙ୍କଠାରୁ ଲାପଟପ୍ ଓ ମୋବାଇଲ୍ ଲୁଟିନେଇ ଦୁର୍ବୃତ୍ତ ଫେରାର ହୋଇଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ରାମପୁର ଥାନାରେ ଉକ୍ତ ଜିଆରଏସ୍ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ବିନିକା ବ୍ଲକ ଚରଦା ଓ ଶଙ୍କରା ପଞ୍ଚାୟତ ଦାୟିତ୍ବରେ ଥିବା ଜିଆରଏସ୍ ଗୌରାଙ୍ଗଚରଣ ସାହୁ ମଙ୍ଗଳବାର ବାଇକରେ ନିଜଘର ସାଲେପାଲିକୁ ଫେରୁଥିଲେ।

ତେବେ ସନ୍ଧ୍ୟା ୭ଟା ସମୟରେ ବାଙ୍କିପାଲି ପଞ୍ଚାୟତ ଗିଧମାଲ ନିକଟରେ ତିନିଜଣ ଦୁର୍ବୃତ୍ତ ହଠାତ୍ ତାଙ୍କ ବାଇକ୍ ସମ୍ମୁଖକୁ ବାଇକ୍ ଆଣି ରାସ୍ତା ଅବରୋଧ କରି ତାଙ୍କୁ ଅଟକାଇଥିଲେ। ସେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ବାଇକ୍ ଚାବି, ଲାପଟପ୍ ଓ ମୋବାଇଲ୍ ଛଡ଼ାଇ ନେଇଥିଲେ। ଗୌରାଙ୍ଗ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତାଙ୍କ ନିକଟକୁ ଦୌ଼ଡ଼ି ଆସିଥିଲେ। ଲୋକଙ୍କୁ ଦେଖି ଦୁର୍ବୃତ୍ତମାନେ ଲାପଟପ୍ ଓ ମୋବାଇଲ ଫୋନ୍ ନେଇ ଫେରାର ହୋଇ ଯାଇଥିଲେ। ପରେ ଗୌରାଙ୍ଗ ଡୁଙ୍ଗୁରିପାଲି ଥାନାକୁ ଯାଇ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ତେବେ କିଛି ଦୂରରେ ମୋବାଇଲଟି ପଡ଼ିଥିବା ଅବସ୍ଥାରେ ମିଳିଥିଲା। ଘଟଣାଟି ରାମପୁର ଥାନା ଅଞ୍ଚଳରେ ହେଇଥିବା ଯୋଗୁଁ ଗୌରାଙ୍ଗ ପୁଣି ରାମପୁର ଥାନାକୁ ଆସି ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ରାମପୁର ପୁଲିସ କେସ ନଂ. ୬୦/୨୦୨୩ରେ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ଥାନାଧିକାରୀ ଭାନୁଶଙ୍କର ଯାଦବ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe