ଟଙ୍କା ନଦେବାରୁ ୨ ଯୁବକଙ୍କୁ ମାଡ଼: ଜଣେ ମୃତ, ଜଣେ ଗୁରୁତର

ଟଙ୍କା ନଦେବାରୁ ୨ ଯୁବକଙ୍କୁ ମାଡ଼: ଜଣେ ମୃତ, ଜଣେ ଗୁରୁତର

Udayavani

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଗଣ୍ଡାମେର ଛକ ନିକଟରେ ଗତକାଲି ରାତିରେ ସାମାନ୍ୟ କଥାକୁ ନେଇ ୨ ଜଣ ଯୁବକଙ୍କୁ ମାଡ଼ ମରାଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ କୋମନା ଥାନା କାଣ୍ଡେତରା ଗ୍ରାମର ନିରନ ବଗର୍ତ୍ତୀ (୩୦) ଓ ଗିରିଧାରୀ ରଣା (୩୦) ଗତକାଲି ରାତିରେ ଲର୍କି ଗ୍ରାମରୁ ଘରକୁ ଫେରୁଥିବା ବେଳେ ଗଣ୍ଡାମେର ଛକ ନିକଟରେ ଗଣ୍ଡାମେରର ୨ ଜଣ ଓ ନୂଆଗାଁର ଜଣେ ଯୁବକ ଅଟକାଇ ଟଙ୍କା ମାଗିଥିଲେ।

ନିରନ ଓ ଗିରିଧାରୀ ଟଙ୍କା ଦେବାକୁ ମନା କରିଦେଇଥିଲେ। ଫଳରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ୩ ଜଣ ଯୁବକ ନିରନ ଓ ଗିରିଧାରୀଙ୍କୁ ମାଡ଼ମାରି ତଳେ ପକାଇ ଦେଇ ଫେରାର୍‌ ହୋଇଯାଇଥିଲେ। ଆଜି ସକାଳେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କ ଗୁରୁତର ଅବସ୍ଥାରେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ନିରନଙ୍କ ମୃତ୍ୟୁ ଘଟିଥିବା ବେଳେ ଗିରିଧାରୀଙ୍କ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ କୋମନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା। ଖବର ପାଇ ନୂଆପଡ଼ା ଏସ୍‌ପି ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଦୁଇ ଜଣଙ୍କୁ କୋମନା ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe