ଭାଲୁ କାମୁଡ଼ାରେ ବୃଦ୍ଧା ଆହତ

ଜୀବନ ବଞ୍ଚାଇବାକୁ ଗଛରେ ଚଢ଼ିଥିଲେ, ଟାଣି ଆଣିଲେ: ଯୁବକଙ୍କୁ ବିଦାରି ପକାଇଲେ ୩ ଭାଲୁ

patrika

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ବଳଦିଆଗୁଡାରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବଳଦିଆଗୁଡାର ଶାନ୍ତି ପାଙ୍ଗୀ(୫୫) ନାମକ ବୃଦ୍ଧା ଜଂଗଲକୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ଭାଲୁ ସହ ସାମ୍ନାସାମ୍ନି ହୋଇଥିଲା। ଯାହାଫଳରେ ଭାଲୁ ବୃଦ୍ଧାଙ୍କୁ ଦେଖି ଆକ୍ରମଣ କରିଥିଲା।

ଶାନ୍ତିଙ୍କ ଆଖି ତାଡି ଦେଇଥିବା ବେଳେ ବହୁ ସ୍ଥାନରେ କ୍ଷତ ସୃଷ୍ଟି କରିଛି।ବୃଦ୍ଧାଙ୍କ ପାଟି ଶୁଣି ନିକଟରେ କେନ୍ଦୁପତ୍ର ତୋଳୁଥିବା ଲୋକେ ବୃଦ୍ଧାଙ୍କୁ ସାହାଯ୍ୟ କରିଥିଲେ। ତୁରନ୍ତ ଶାନ୍ତିଙ୍କୁ ପ୍ରଥମେ ମାଥିଲି ମେଡିକାଲ ପରେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେ ଗରିବ ଥିବାର ବନ ବିଭାଗ ପକ୍ଷରୁ ତୁରନ୍ତ ଶାନ୍ତିଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢାନ୍ତୁ ବୋଲି ସ୍ଥାନୀୟ ଅଂଚଳରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe