ପାଠ ପଢି ବି ଆଜି ବେକାର ସ୍ବାଭିମାନ ଅଞ୍ଚଳର ଉଚ୍ଚଶିକ୍ଷିତା ଆଦିବାସୀ ଝିଅ

Advertisment

ସରକାରୀ ଚାକିରିକୁ ଅପେକ୍ଷା କରିଛନ୍ତ ଗ୍ରାଜୁଏଟ ଆଦିବାସୀ ଝିଅ ଦ୍ରୌପଦୀ

ସରକାରୀ ଚାକିରିକୁ ଅପେକ୍ଷା କରିଛନ୍ତ ଗ୍ରାଜୁଏଟ ଆଦିବାସୀ ଝିଅ ଦ୍ରୌପଦୀ

ପାଠ ପଢି ବି ଆଜି ବେକାର ସ୍ବାଭିମାନ ଅଞ୍ଚଳର ଉଚ୍ଚଶିକ୍ଷିତା ଆଦିବାସୀ ଝିଅ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଞ୍ଚଳ ଭାବେ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳକୁ ବୁଝାଏ। ଏଠାରେ ନକ୍ସଲ ୯ଟି ପଞ୍ଚାୟତକୁ ନିଜ ଅକ୍ତିଆରରେ ରଖିଥିଲେ। ନିଜର ନିୟମ କାନୁନକୁ ଏଠାରେ ଚଲାଉଥିଲେ। ଲୋକେ ସରକାରୀ ଯୋଜନା କଣ ଏଠାରେ ଜାଣୁନଥିଲେ। ଗାଁରେ ଲୋକେ ଭଲ ପୋଷାକ କିମ୍ବା ଭଲ ପାଠ ପଢି ପାରିବେ ନାହିଁ । ଘର କିମ୍ବା ମୋବାଇଲ ଧରିପାରିବେ ନାହିଁ। ଏଭଳି ହୁଇପ ଜାରି କରିଥିଲେ ନକ୍ସଲ। ଗାଁ ମାନଙ୍କରେ ଯଦି ବେକାର ଯୁବକଯୁବତୀ ରହିଥିବା କଥା ନକ୍ସଲ ଜାଣିଲେ ତୁରନ୍ତ ସେମାନଙ୍କୁ ଧମକାଇ ସଂଗଠନରେ ମିଶାଉଥିଲେ। ସଂଗଠନରେ ଜଡିତ ନହେଲେ ପରିବାରର ସମସ୍ତଙ୍କୁ ହତ୍ୟା କରିବାର ଭୟ ଦେଖାଉଥିଲେ। ଏହି ସମୟରେ ମଧ୍ୟ ନକ୍ସଲ ଗଡ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଘନବେଡା ଗ୍ରାମର ଦ୍ରୌପଦୀ ଖିଲ କିନ୍ତୁ ନକ୍ସଲଙ୍କୁ ଚ୍ୟାଲେଞ୍ଜ କରି ପାଠ ପଢିଥିଲେ। ଦ୍ରୌପଦୀ ଯେତେବେଳେ ଛୋଟ ଥିଲେ ସେତେବେଳେ ବାପା ମାଆଙ୍କର ଦେହାନ୍ତ ହୋଇଯାଇଥିଲା। ପିଲାବେଳ ଠୁ ହିଁ ତାଙ୍କର ମାମୁଁ ତାଙ୍କୁ ଲାଳନପାଳନ କରିଆସୁଛନ୍ତି। ଗାଁରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ କୁଡୁମୁଲୁଗୁମ୍ମା ଡାରଵିନ କଲେଜରେ ଗ୍ରାଜୁଏସନ ସମାପ୍ତ କଲେ। ତେବେ ଏହି ସମୟରେ ତାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଛି। ପାଖରେ ଟଙ୍କା ନଥିବା ବେଳେ ଧାର ଉଧାର କରି ସେ କଲେଜରେ ପାଠ ପଢିଥିଲେ। ଏପଟେ ନକ୍ସଲର ଭୟ। ନକ୍ସଲ ଜାଣିଲେ ଦ୍ରୌପଦୀକୁ ସଂଗଠନରେ ଯୋଗ ଦେବାକୁ ବାଧ୍ୟ କରିବେ। ଏତେ ସବୁ ଭୟ ଓ ଆତଙ୍କ ଭିତରେ ରହି ଦ୍ରୌପଦୀ ନିଜର ଶିକ୍ଷା ସମାପ୍ତ କରିଛନ୍ତି।

ଏବେ ଘନବେଢାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଦ୍ରୌପଦୀ ଏବଂ ଗ୍ରାମବାସୀ ଆଉ ନକ୍ସଲକୁ ଭୟ କରୁନଥିବା କହିଛନ୍ତି। ଦ୍ରୌପଦୀ ଏବେ ଗ୍ରାମରେ ଛୋଟିଆ ଦୋକାନଟିଏ କରି ଗୁଜରାଣ ମେଣ୍ଟାଉଥିବା କହିଛନ୍ତି। କାରଣ ତାଙ୍କର ମାମୁଁ ନରସିଂହ ଖେମୁଡୁ ଏବେ ଶଯ୍ୟାଶାୟୀ। ତାଙ୍କର ଚିକିତ୍ସାର ଖର୍ଚ୍ଚ ବାହାର କରିବା ଏହି ଛୋଟିଆ ଦୋକାନରେ ସମ୍ଭବ ନୁହେଁ। ୨୦୧୯ରେ ଗ୍ରାଜୁଏସନ ସମାପ୍ତ କରିଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ଚାକିରିଟିଏ ମିଳିପାରିଲା ନାହିଁ। ଏବେ ସେ ଆଗକୁ ପଢିବାକୁ ଚାହୁଁଛନ୍ତି। ଏମଏ କିମ୍ବା ବିଇଡି କରିବାକୁ ଚାହୁଁଥିବା ବେଳେ ପାଖରେ ଟଙ୍କାଟିଏ ନାହିଁ। ତାଙ୍କୁ ଅନୁସରଣ କରି ଗ୍ରାରେ ଆହୁରି ତିନି ଜଣ ଝିଅ ମଧ୍ୟ ଏବେ ଗ୍ରାଜୁଏସନ ସମାପ୍ତ କରିବେ। ତେବେ ସରକାରୀ ଚାକିରି ମିଳୁନଥିବାରୁ ସେମାନେ ମଧ୍ୟ ଏବେ ଚିନ୍ତାରେ ପଡିଥିବା କହିଥିଲେ। ନକ୍ସଲ ଦୀର୍ଘ ଦିନ ଧରି ଏହି ଅଞ୍ଚଳକୁ ଶାସନ କରିବା ପରେ ଏବେ ସରକାର ଧିରେ ଧିରେ ଏହି ଅଞ୍ଚଳର ବିକାଶ କରିବା ସହ ବେକାର ଯୁବକଯୁବତୀଙ୍କୁ ଥଇଥାନ କରିବାର ବିଡା ନେଇଥିବା ବେଳେ ଦ୍ରୌପଦୀ ଏବଂ ତାଙ୍କ ଭଳି ଝିଅଙ୍କୁ ତୁରନ୍ତ ଥଇଥାନ କରିବାକୁ ଗ୍ରାମବାସୀ ଏବଂ ସାଧାରଣରେ ଦାବି ହୋଇଛି। ଉଚ୍ଚଶିକ୍ଷାତ ହେବା ଦ୍ବାରା ଏହି ଯୁବତୀମାନେ ନକ୍ସଲଙ୍କର ପ୍ରଲୋଭନରେ ନପଡି ଆଜି ନିଜେ ନିଜ ଗୋଡରେ ଛିଡା ହେବାକୁ ଚିନ୍ତା କରି ଆତ୍ମନିର୍ଭରଶୀଳ ହେଉଛନ୍ତି। ଏମାନେ ବିପଥାଗାମୀ ହେବା ପୂର୍ବରୁ ସରକାର ଏବଂ ପ୍ରଶାସନ ତୁରନ୍ତ ଏମାନଙ୍କୁ ଚିହ୍ନଟ କରି ଥଇଥାନ କରିବା ଆବଶ୍ୟକ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe