ବେଲପାହାଡ଼ରେ ଆଇପିଏଲ୍‌ ବେଟିଂ, ୬ ଗିରଫ

ଲକ୍ଷାଧିକ ଟଙ୍କା, ଲାପ୍‌ଟପ୍‌, ୨ଟି ଟାବ୍‌ଲେଟ୍‌, ୨୦ ମୋବାଇଲ୍‌ ଓ କାର ଜବତ

ବେଲପାହାଡ଼ରେ ଆଇପିଏଲ୍‌ ବେଟିଂ, ୬ ଗିରଫ

ବ୍ରଜରାଜନଗର: ଆଇପିଏଲ୍‌ ମ୍ୟାଚ୍‌କୁ ନେଇ ବେଟିଂ କରୁଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ବେଲପାହାଡ଼ ଅଞ୍ଚଳରୁ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା, ଲାପ୍‌ଟପ୍‌, ୨ଟି ଟାବ୍‌ଲେଟ୍‌, ୨୦ଟି ମୋବାଇଲ୍‌ ଓ କାର୍‌ ଜବତ କରାଯାଇଛି।

publive-image

ପୁଲିସ ସୂଚନା ଅନୁଯାୟୀ ଗୁରୁବାର ମୁମ୍ବାଇ ଇଣ୍ଡିଆନ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଆଇପିଏଲ୍‌ର ଏକ କ୍ବାଟର୍‌ ଫାଇନାଲ୍‌ ମ୍ୟାଚ୍‌ ହେଉଥିଲା। ଏହି ମ୍ୟାଚ୍‌ ଚାଲୁଥିବା ସମୟରେ ବେଲପାହାଡ଼ର ଏକ ହୋଟେଲ୍‌ରେ ବେଟିଂ ଚାଲୁଥିବା ଜାଣି ବ୍ରଜରାଜନଗର ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କ ତତ୍ତ୍ବାବଧାନରେ ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା, ବ୍ରଜରାଜନଗର ଏସ୍‌ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ଓ ବେଲପାହାଡ଼ ପୁଲିସ ଚଢ଼ଉ କରି ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିଥିଲେ।

ଗିରଫ ଜୁଆଡ଼ିମାନେ ଛତିଶଗଡ଼ ରାୟଗଡ ଜିଲ୍ଲାର ପ୍ରଦୀପ ପଟେଲ, ଆରିଫ ଅହମ୍ମଦ, ମହମ୍ମଦ ୱାସିମ, ବିଜୟ ଶର୍ମା, ସେର ଖାଁ, ଜଗନ୍ନାଥ ସିଂହ। ସେମାନଙ୍କ ନିକଟରୁ ୧ ଲକ୍ଷ ୧ ହଜାର ୩ ଶହ ଟଙ୍କା ସହିତ ଗୋଟିଏ ଲାପଟପ୍‌, ୨ଟି ଟାବ୍‌ଲେଟ୍‌, ୨୦ଟି ମୋବାଇଲ ଓ ଗୋଟିଏ କାର୍‌ (ସିଜି-୧୩ଭି-୧୩୫୬) ନମ୍ବର ଥିବା କାର୍‌ ଜବତ କରାଯାଇଛି। ଅଭିଯୁକ୍ତମାନେ ୪ ତାରିଖରୁ ଛତିଶଗଡ଼ରୁ ବେଲପାହାଡ଼ ଆସି ଏକ ହୋଟେଲରେ ରହିଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ଏସଡ଼ିପିଓ ଶ୍ରୀ ଦାସ ରାତି ପ୍ରା‌ୟ ୯ଟାରେ ଏହି ଚଢ଼ଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe