ଚହଲା କାମର ମଜୁରି ମିଳିଲାନି: ମୃତ୍ତିକା ସଂରକ୍ଷଣ ଅଫିସ୍‌ ଘେରିଲେ ହିତାଧିକାରୀ

Advertisment
ଚହଲା କାମର ମଜୁରି ମିଳିଲାନି: ମୃତ୍ତିକା ସଂରକ୍ଷଣ ଅଫିସ୍‌ ଘେରିଲେ ହିତାଧିକାରୀ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ହୋଇଥିବା ଜଳ ବିଭାଜିକା ପ୍ରକଳ୍ପର ଚହଲା କାର୍ଯ୍ୟ କରି ମଜୁରି ପାଇନଥିବା ଅଭିଯୋଗ କରି ଖଡ଼ିଆଳ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଆଜି ଘେରାଉ କରିଥିଲେ। ଶୁକ୍ରବାର ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ହିତାଧିକାରୀମାନେ ଘେରାଉ କରିବା ସହ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଅନୁସାରେ ୨୦୨୧-୨୨ ମସିହାରେ ଚହଲା ଖୋଲିବା ପାଇଁ ବିଭାଗ ତରଫରୁ ମନରେଗା ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ ଗ୍ରାମର ରୋମାନ ମାଝୀ, କୁମୁଡୁ ମାଝୀ, ଲୋଚନ ମାଝୀ ଓ ଟିକଚନ ମାଝୀ।

ପ୍ରତି ଚହଲା ପାଇଁ ୨ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା। କାର୍ଯ୍ୟ ଶେଷ ହେବାର ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରକଳ୍ପରେ କାମ କରିଥିବା ହିତାଧିକାରୀମାନେ ମଜୁରି ପାଇନଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କାମ କରିନଥିବା ଲୋକଙ୍କ ନାମରେ ଟଙ୍କା ପକାଇ ଥିବା ଅଭିଯୋଗ ହେଉଛି। ଏନେଇ ଆଜି ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି ଶ୍ରୀତାଣ୍ଡିଙ୍କ ନେତୃତ୍ୱରେ ହିତାଧିକାରୀମାନେ ଏପିଡି ଚିନ୍ତାମଣି ବେହେରାଙ୍କୁ ଏକ ଦାବିପତ୍ର ଦେବା ସହ କାମ କରିଥିବା ହିତାଧିକାରୀଙ୍କୁ ମଜୁରି ପ୍ରଦାନ ପାଇଁ ଦାବି କରିଥିଲେ। ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ବେହେରାଙ୍କୁ ଏନେଇ ପଚାରିବାରୁ ଶୀଘ୍ର ଏହାର ତଦନ୍ତ କରିବେ ଓ ଯଦି ସେମାନେ ପ୍ରାପ୍ୟ ପାଇ ନାହାନ୍ତି ନିଶ୍ଚିତ ପାଇବେ ବୋଲି ପ୍ରକାଶ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe