ଭତ୍ତାରୁ ବଞ୍ଚିତ ହିତାଧିକାରୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Advertisment
ଭତ୍ତାରୁ ବଞ୍ଚିତ ହିତାଧିକାରୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଘ ଓବିସି, ଏସ୍‌ଟି, ଏସ୍‌ସି ମିଳିତ ମହାସଂଘ ପକ୍ଷରୁ ଭତ୍ତାରୁ ବଞ୍ଚିତ ହୋଇ ଥିବା ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା, ବିଧବା, ସ୍ୱାମୀ ପରିତ୍ୟକ୍ତା ମାନଙ୍କୁ ମାସକୁ ମାସ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ ଉଭୟ  ଧର୍ମଗଡ ଏନଏସି ଓ ବ୍ଲକ ରେ ଭତ୍ତା ବଣ୍ଟନରେ ଅନିୟମିତତା ହେଉଥିବା ସଂଘ ଅଭିଯୋଗ କରିଛି।

ପାସବୁକ୍‌ରେ ଭତ୍ତା ପଡିବା ଦିନଠୁଁ କାହାର ତିନି ମାସ ତ ଆଉ କାହାର ପାଞ୍ଚ ମାସ ର ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି। ଭତ୍ତା ଭରସାରେ ବଞ୍ଚୁ ଥିବା ହିତାଧିକାରୀ ବର୍ତ୍ତମାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସଂଘ ପ୍ରକାଶ କରିଛି। ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ହିତାଧିକାରୀଙ୍କୁ ତୁରନ୍ତ ନିୟମିତ ଭତ୍ତା ଯୋଗେଇ ଦେବାକୁ ସଙ୍ଘ ଦାବି କରିଛି। ସଂଘର କର୍ମକର୍ତ୍ତା ଢଗ ନାଏକ, ଡାକେଶ୍ୱର ଲହଜଲ, ସୌମ୍ୟରଞ୍ଜନ ନାଏକ, ପରକ୍ଷିତ ନାଏକ, ସନ୍ତୋଷ ପାଢ଼ୀ, ସନତ ସତନାମୀ ପ୍ରମୁଖ ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ। ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe