ଏସିଆ ବୁକ୍‌ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନିତ ହେଲା ବ୍ରହ୍ମପୁର ଆଇଟିଆଇର ମୁକ୍ତାକାଶ ସ୍କ୍ରାପ୍‌ ମ୍ୟୁଜିୟମ୍‌

Advertisment
ଏସିଆ ବୁକ୍‌ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନିତ ହେଲା ବ୍ରହ୍ମପୁର ଆଇଟିଆଇର ମୁକ୍ତାକାଶ ସ୍କ୍ରାପ୍‌ ମ୍ୟୁଜିୟମ୍‌

ବ୍ରହ୍ମପୁର: ଏସିଆର ସର୍ବବୃହତ୍‌ ମୁକ୍ତାକାଶ ସ୍କ୍ରାପ୍‌ ମ୍ୟୁଜିୟମ୍‌ ଏବେ ବ୍ରହ୍ମପୁର ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍‌ ଅନୁଷ୍ଠାନ (ଆଇଟିଆଇ) ପରିସରରେ। ‌ଗତ ମାର୍ଚ୍ଚ ମାସରେ ଏହା ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନିତ ହୋଇଥିବା ବେଳେ ଏବେ ଏହାକୁ ଏସିଆ ବୁକ୍‌ ଅଫ୍ ରେକର୍ଡ଼ସ ସ୍ବିକୃତି ପ୍ରଦାନ କରିଛି। ଯାହାକୁ ନେଇ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମକର୍ତ୍ତା ଖୁସି ପ୍ରକଟ କରିଛନ୍ତି। ଏହି ସ୍କ୍ରାପ୍‌ ମ୍ୟୁଜିୟମ୍‌ ଆଇଟିଆଇର ସମ୍ମୁଖ ଭାଗରେ ୧୦ହଜାର ବର୍ଗ ମିଟର ଅଂଚଳରେ ପରିବ୍ୟାପ୍ତ ହୋଇଛି। ଏଥିରେ ଥିବା ୭୦ଫୁଟ୍‌ ଉଚ୍ଚ ଏବଂ ୧୨୫୦କେଜି ଓଜନ ବିଶିଷ୍ଟ ବୃହତ୍‌ ଆକାରର ଗିଟାର, ୩୨ଫୁଟ୍‌ ଉଚ୍ଚର ଜିରାଫ୍ ପୂର୍ରରୁ ଏସିଆ ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନ ପାଇ ସାରିଛି।  ଏଥିସହ ଆଇରନ୍‌ମ୍ୟାନ୍, ଡଲଫିନ୍, ଟର୍ମିନେଟର୍, ଚିତାହରିଣ, କଇଁଛ, ଜିରାଫ୍, ହେଲିକ୍ୟାପଟର୍‌, ବନିଶି କଣ୍ଟା ଭଳି ପ୍ରାୟ ୨୦ଟି ଭିନ୍ନଭିନ୍ନ ସ୍କ୍ରାପ୍‌ ଏହି ମ୍ୟୁଜିୟମର ଶୋଭାବର୍ଦ୍ଧନ କରୁଛି। ସନ୍ଧ୍ୟା ପରେ ଆଲୋକରେ ସୁସଜ୍ଜିତ ଏହି ମ୍ୟୁଜିୟମ୍‌ଟି ବେଶ୍‌ ଆକର୍ଷକ ଦୃଶ୍ୟ ହେଉଛି। ସହରର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଏହା ପରିଣତ ହେବାରେ ଲାଗିଛି।

ଏସିଆ ବୁକ୍‌ ଅଫ୍ ରେକର୍ଡ଼ସରେ ସ୍ଥାନ ପାଇବା ପରେ ଏହି ଆଇଟିଆଇର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି କୀର୍ତ୍ତିମାନ ଆମ ଅନୁଷ୍ଠାନର ତାଲିମ୍‌ ଏବଂ ଛାତ୍ରଛାତ୍ରୀଙ୍କ କର୍ମକୁଶଳତାକୁ ବିଶ୍ବ ଦରବାରରେ ପ୍ରତିପାଦିତ କରିଛି। ଫଳରେ ବଡ଼ବଡ଼ କମ୍ପାନି କ୍ୟାମ୍ପସ ପାଇଁ ଆକର୍ଷିତ ହେବେ। ଏଥିସହ  ବର୍ଜ୍ୟବସ୍ତୁର ସଠିକ ବିନିଯୋଗ କରି ପରିବେଶ ସୁରକ୍ଷା କରିବାର ବାର୍ତ୍ତା ଦେଉଛି, ଯାହାକି ଅନ୍ୟ ତାଲିମ୍‌ ଅନୁଷ୍ଠାନକୁ ପ୍ରେରଣା ଯୋଗାଇବ। ଅନ୍ୟପକ୍ଷେ ଏଭଳି ସ୍କ୍ରାପ୍‌ ପ୍ରସ୍ତୁତି କରିବାରେ ତାଲିମପ୍ରାପ୍ତ ବିଦ୍ୟାର୍ଥୀମାନଙ୍କ ପାଇଁ ଇଣ୍ଟେରିଅର୍‌ ଡେକୋରେଟିଂ ମାର୍କେଟରେ ବଡ଼ ନିଯୁକ୍ତି ସୁଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe