ବ୍ରହ୍ମପୁର : ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ଲେଗିଙ୍ଗସ୍‌ ପ୍ୟାଣ୍ଟ ଖୋଲି ଥାନାରେ ସ୍କୁଲ ଶିକ୍ଷୟିତ୍ରୀ

ବ୍ରହ୍ମପୁର : ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ଲେଗିଙ୍ଗସ୍‌ ପ୍ୟାଣ୍ଟ ଖୋଲି ଥାନାରେ ସ୍କୁଲ ଶିକ୍ଷୟିତ୍ରୀ

Photo: Track School Bus

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଶିକ୍ଷୟତ୍ରୀ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ଠାରୁ ଆଜି ଲେଗିଙ୍ଗସ୍‌ ପ୍ୟାଣ୍ଟ ଖୋଲି ନେଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ନେଇ ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ଶନିବାର ଥିବାରୁ ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣକ ଧଳା ୟୁନିଫର୍ମ ପିନ୍ଧି ସ୍କୁଲ ଯିବାର ଥିଲା। କିନ୍ତୁ ସେ ଧଳ ଫ୍ରକ ପିନ୍ଧିଥିବା ବେଳେ ଏକ କଳାରଙ୍ଗର ଲେଗିଙ୍ଗସ୍‌ ପ୍ୟାଣ୍ଟ ପିନ୍ଧିଥିଲା। ସ୍କୁଲର ଶିକ୍ଷୟିତ୍ରୀ ଛାତ୍ରୀର କଳା ଲେଗିଙ୍ଗସ୍‌ ପ୍ୟାଣ୍ଟକୁ ଖୋଲି ନେଇଥିଲେ। ସେ ଛାତ୍ରୀଙ୍କୁ ତାଗିଦ୍‌ କରିଥିଲେ।

ଶିକ୍ଷୟିତ୍ରୀ ଲେଗିଙ୍ଗସ୍‌ ଖୋଲି ନେଇଯିବା ପରେ ଛାତ୍ରୀ ଜଣକ ଅପମାନର ଶିକାର ହୋଇଥିଲା। ବିଦ୍ୟାଳୟ ପାଠପଢ଼ା ଶେଷ ହେବା ପରେ ବାପା ଯେତେବେଳେ ନିଜ ଝିଅକୁ ନେବାକୁ ଆସିଲେ, ସବୁ ଘଟଣା ସଂପର୍କରେ ଅବଗତ ହୋଇଥିଲେ। ପ୍ରଥମ ଶ୍ରେଣୀର ଝିଅ ସବୁ କଥା କାନ୍ଦି କାନ୍ଦି କହିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବାପା ସବୁ କଥା ଜଣାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସ୍କୁଲକୁ ପହଞ୍ଚି ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରି ପରେ ଛାଡ଼ି ଦେଇଥିଲା।

ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀଙ୍କ ଲେଗିଙ୍ଗସ୍‌ ପ୍ୟାଣ୍ଟ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଖୋଲି ନିଆଯିବାକୁ ବୁଦ୍ଧିଜୀବୀମାନେ ପସନ୍ଦ କରୁ ନାହାନ୍ତି। ବିଶେଷ କରି ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପରେ ମାତ୍ରାଧିକ ଚାପ ଦିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe