ପେଟ ପୋଷିବା ଲାଗି ସାଇକେଲରେ କଦଳୀ ବିକୁଥିଲେ ବୃଦ୍ଧ, ଜରିମାନା ଆଦାୟ କରି ସବୁତକ କଦଳୀ ଛଡ଼ାଇ ନେଲା ପୁଲିସ; ଏହାପରେ ଏପରି କାମ କଲେ ବ୍ରହ୍ମପୁର ଏସପି

Advertisment

କାହାକୁ କିଛି ନକହି ଛଳଛଳ ଆଖିରେ ଘରକୁ ଫେରିଥିଲେ ବୃଦ୍ଧ

କାହାକୁ କିଛି ନକହି ଛଳଛଳ ଆଖିରେ ଘରକୁ ଫେରିଥିଲେ ବୃଦ୍ଧ

ପେଟ ପୋଷିବା ଲାଗି ସାଇକେଲରେ କଦଳୀ ବିକୁଥିଲେ ବୃଦ୍ଧ, ଜରିମାନା ଆଦାୟ କରି ସବୁତକ କଦଳୀ ଛଡ଼ାଇ ନେଲା ପୁଲିସ; ଏହାପରେ ଏପରି କାମ କଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର: କରୋନା ମହାମାରୀ ସଂକ୍ରମଣକୁ ହ୍ରାସ କରିବା ପାଇଁ ବିଭିନ୍ନ ସ୍ଥାନରେ ଅନ୍‌ଲକ୍‌-୧ ଜାରି କରାଯାଉଥିବା ବେଳେ କିଛି ସ୍ଥାନରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଭଳି ସମୟରେ ବ୍ରହ୍ମପୁର ଗୋଷାଣୀ ନୂଆ ଗାଁରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ତାହାକୁ ଦେଖିଲେ ଆପଣ ବି ଭାବିବେ ସତରେ କ’ଣ  କରୋନା ମହାମାରୀ ସମୟରେ ମାନବିକତା ମରିଯାଇଛି କି?

କରୋନା କାଳରେ ବ୍ରହ୍ମପୁରରେ ସଟଡାଉନ୍‌ ଲାଗୁ ହୋଇଛି । ଏହା ଭିତରେ ସମସ୍ତ ଛୋଟ ବ୍ୟବସାୟୀ ରୋଜଗାର ହରାଇଛନ୍ତି । ତେବେ ସାଇକେଲରେ ବୁଲି କଦଳୀ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କ ଉପରେ ପୁଲିସ ଦବଙ୍ଗଗିରି ଦେଖାଇଥିବା ଏକ ଘଟଣା ଘଟିଛି। ଖାକିର ବଳ ଦେଖାଇ ବୃଦ୍ଧ ବ୍ୟବସାୟୀଙ୍କୁ ତାଗିଦ୍‌ କରିବା ସହ ପୁଲିସ ଜରିମାନା ଆଦାୟ କରିଛି। କେବଳ ଏତିକି ନୁହେଁ ବ୍ୟବସାୟ ପାଇଁ ବୃଦ୍ଧ ସାଇକେଲରେ ଟଙ୍ଗାଇ ଥିବା କଦଳୀ ଝୁଡିକୁ ବି ପୁଲିସ ଉଠାଇ ନେଇ ଯାଇଥିଲ।

ଆଶ୍ଚର୍ଯ୍ୟର କଥା ପୁଲିସ ବାବୁମାନେ କଦଳୀ ଝୁଡ଼ି ବୃଦ୍ଧଙ୍କ ଠାରୁ ଛଡ଼ାଇ ନେଇଥିଲେ ହେଁ ଗୋଟାଏ କଦଳୀର ବି ପଇସା ଦେଇ ନଥିଲେ। ପୁଲିସର ଖାକି ପୋଷାକ ଓ ଶକ୍ତିର ଭୟରେ ବୃଦ୍ଧଜଣକ କାହାକୁ କିଛି କହି ନପାରି ଆଖି ଛଳଛଳ କରି ସାଇକେଲ ଧରି ଘରକୁ ଫେରିଥିଲେ।

ଏହି ଘଟଣା ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ବ୍ରହ୍ମପୁର ଏସପିଙ୍କ ନଜରକୁ ଆସିଥିଲା । ଏହାପରେ ବ୍ରହ୍ମପୁର ଏସପି ସଂପୃକ୍ତ ବୃଦ୍ଧ ବ୍ୟବସାୟୀଙ୍କୁ ଡକାଇ ପୁଲିସ ନେଇ ଯାଇଥିବା କଦଳୀ ଝୁଡ଼ି ଓ ତାଙ୍କ ଠାରୁ ଆଦାୟ କରି ନେଇଥିବା ସମସ୍ତ ଜରିମାନା ଅର୍ଥକୁ ଫେରାଇ ଦେଇଥିଲେ। ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି ଟୁଇଟ୍‌ କରି ପୁଲିସ ଏସପି କହିଛନ୍ତି। ଏପରି କାଣ୍ଡ ଘଟାଇଥିବା ପୁଲିସ କର୍ମୀଙ୍କୁ ‘ସୋ କଜ୍‌’ ବା କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe