ଦୀପାବଳି ଅଘଟଣ: ଦୀପ ଜଳୁଥିଲା, ନିଆଁଲାଗି ଜଳିଗଲା ପାନ ଦେକାନ

Advertisment
ଦୀପାବଳି ଅଘଟଣ: ଦୀପ ଜଳୁଥିଲା, ନିଆଁଲାଗି ଜଳିଗଲା ପାନ ଦେକାନ

PM News Representative image

ଭଞ୍ଜନଗର/ଭୁବନେଶ୍ୱର: ଦୀପାବଳି ପାଇଁ ଜଳୁଥିବା ଦୀପରୁ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ସୋରଡା ଥାନା ଅନ୍ତର୍ଗତ ସାନସୋରଡା ବଜାରରେ ଏକ ପାନ ଦୋକାନରେ ଦୀପ ଜଳୁଥିଲା। କୌଣସି ମତେ ଏଥିରୁ ନିଆଁ ଲାଗି ପାନ ଦୋକାନ ଜଳି ଯାଇଛି। ପାନ ଦୋକାନୀ ସତ୍ୟନାରାୟଣ ସାହୁ ନିଆଁ ଲିଭାଇବାକୁ ଯାଇ ଗୁରୁତର ହୋଇଛନ୍ତି। ତାଙ୍କୁ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ଘରେ ଲିଚୁ ଲଗାଉଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ପଦ୍ମପୁର ଗ୍ରାମର ପ୍ରକାଶ ଚନ୍ଦ୍ର ଓଝା ଆଜି ସନ୍ଧ୍ୟାରେ ଦୀପାବଳି ପାଇଁ ଲିଚୁ ଲାଇଟ୍‌ ଲଗାଉଥିଲେ। ବିଦ୍ୟୁତ୍‌ ତା’ର ଝଟକା ଦେବାରୁ ପ୍ରକାଶ ଆହତ ହୋଇ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe