ଜୁଆ ଆଡ୍ଡା ଉପରେ ଚଢଉ, ୭ ଗିରଫ

Advertisment
ଜୁଆ ଆଡ୍ଡା ଉପରେ ଚଢଉ, ୭ ଗିରଫ

ଚିଲିକା : ରବିବାର ରାତି ୨ଟା ସମୟରେ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ନିର୍ଭରଯୋଗ୍ୟ  ସୂତ୍ରରୁ ଖବର ପାଇ ଚଣ୍ଡେଶ୍ୱର ଅଞ୍ଚଳର ସାନକୁସୁମି ଗ୍ରାମର ମଧ୍ୟ ଇଂରାଜୀ ସ୍କୁଲରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କରିଥିଲେ । ଘଟଣା ସ୍ଥଳରୁ ପୁଲିସ୍  ସାତୋଟି ମୋବାଇଲ୍ ଫୋନ୍, ଚାରୋଟି ବାଇକ୍, ଏବଂ ୮୫୪୦ ଟଙ୍କା ଜବତ କରିବା ସହିତ ସାତଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜୁଆଡିମାନେ ହେଲେ ପାରିଓରଡ ଗ୍ରାମର ଅର୍ଜୁନ ସେଠି, ହଂସରାଡି ଗ୍ରାମର ବାପୁନୀ ରାଉତ ଏବଂ ଭିକାରୀ ପ୍ରଧାନ ସାନ କୁସୁମୀ ଗ୍ରାମର  କିଶୋର ଚନ୍ଦ୍ର ମହାନ୍ତି ଏବଂ କେଳୁ ଚରଣ ବେହେରା ରାଧା ମୋହନପୁର ଗ୍ରାମର ପ୍ରଫୁଲ୍ଲ ସାହୁ ଏବଂ ସୁଧାକର ରାଉତ । ଏ ସମ୍ପର୍କରେ ଆଜି ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

ଏହି ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଛି ଜୁଆଡ଼ିଙ୍କ ବେଆଇନ୍ ଜୁଆ ଖେଳ । ଗତ କିଛିଦିନ ହେବ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୋଲିସ ବହୁତ ଜୁଆ ଆଡ୍ଡାରେ ଚଢାଉ କରି ଲକ୍ଷାଧିକ ଟଙ୍କା ସହିତ ମୋବାଇଲ ଫୋନ ଏବଂ ମଟର ସାଇକେଲ ଭଳି ଅନେକ ଜିନିଷ ଜବତ କରି ଜୁଆଡିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କିନ୍ତୁ ଯେଉଁ ଜାଗାରେ ଜୁଆଡି ମାନେ ଜୁଆ ଖେଳୁଥିଲେ ସେହି ଜାଗା ଛାଡି ଅନ୍ୟ ଏକ ନୂଆ ଜାଗା ବାଛି ନେଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe