ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କନ୍ଦଳ, ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

Advertisment
ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କନ୍ଦଳ, ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦଳର ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାଯାଇଛି। ଗଣ୍ଡଗୋଳ ଓ ମୁହାଁମୁହିଁ ନେଇ ଉଭୟ ଗୋଷ୍ଠୀ ମଧ୍ୟରୁ ଟାଉନ୍‌ ଥାନାରେ ଏତଲା ହୋଇଥବା ସୂଚନା ମିଳିଛି। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ହଟ୍ଟଗୋଳ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଏଆଇସିସି ସଂପାଦକ ରୁଦ୍ର ରାଜୁ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସର ଓଡ଼ିଶା ଉପସଭାପତି ଅନନ୍ତ ପ୍ରସାଦ ସେଠୀ ପ୍ରମୁଖଙ୍କ ଉପସ୍ଥିତିରେ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବୈଠକ ଚାଲିଥିଲା। ତୃଣମୂଳ ସ୍ତରରେ ଦଳକୁ ଅଧିକ ମଜବୁତ କରିବା ନେଇ ଆଲୋଚନା ଚାଲିଥିବା ବେଳେ କାର୍ଯ୍ୟାଳୟର ବାହାରେ ଦଳର ୨ଟି ଗୋଷ୍ଠୀର ନେତାମାନେ ମୁହାଁମୁହିଁ ହୋଇଥିଲେ।

ସୂଚନାଯାଗ୍ୟ, କିଛି ଦିନ ତଳେ ପୁରୀସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ଦଳର ୨ଟି ଗୋଷ୍ଠୀ ମଧ୍ୟରେ ହଟ୍ଟଗୋଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe