ପୂର୍ବତଟ ରେଳବାଇର ବିଭିନ୍ନ ରେଳଷ୍ଟେସନର ଉନ୍ନତି ପାଇଁ ସମୀକ୍ଷା କଲେ ସାଂସଦ 

Advertisment
ପୂର୍ବତଟ ରେଳବାଇର ବିଭିନ୍ନ ରେଳଷ୍ଟେସନର ଉନ୍ନତି ପାଇଁ ସମୀକ୍ଷା କଲେ ସାଂସଦ 
ଭଦ୍ରକ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବତଟ ରେଳବାଇ ମୁଖ୍ୟାଳୟ ଭୁବନେଶ୍ୱରଠାରେ, ରେଳବାଇର ଜେନେରାଲ ମ୍ୟାନେଜର ଏବଂ ଉଚ୍ଚ ପଦାଧିକାରୀମାନଙ୍କ ସହ କାର୍ଯ୍ୟର ଅଗ୍ରଗତି ବାବଦରେ ସମୀକ୍ଷା କଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ଭଦ୍ରକ ସଂସଦୀୟ ଅଧିନ ପୂର୍ବତଟ ରେଳବାଇର ବିଭିନ୍ନ ରେଳ ଷ୍ଟେସନକୁ ଅତ୍ୟାଧୁନିକ ମାନରେ ନିର୍ମାଣ, ଭଦ୍ରକ-ପୁରୀ ନୂତନ ପାସେଞ୍ଚର ଟ୍ରେନର ଶୁଭାରମ୍ଭ, ନୂତନ ରେଳ ଓଡ଼ନ୍ତା ପୋଲ  ନିର୍ମାଣ।
ବିଭିନ୍ନ ଷ୍ଟେସନରେ ଦ୍ରୁତଗାମୀ ରେଳ ରହଣି , ଧାମରାକୁ ପାସେଞ୍ଜର ଟ୍ରେନ ଏବଂ ଯାଜପୁର ରୋଡଠାରୁ ଧାମରା ବନ୍ଦର ଭାୟା ବିରଜାପୀଠ ଓ ଆଖଣ୍ଡଳମଣି ପୀଠ ଦେଇ ନୂଆ ରେଳ ଲାଇନ ନିର୍ମାଣ ଓ ରେଳ ଚଳାଚଳ ବାବଦରେ  ଆଲୋଚନା କରାଯାଇ ଥିଲା। ଏହି ସମୀକ୍ଷା ବୈଠକରେ ବିଧାୟକ ପ୍ରଫୁଲ୍ଲ ସାମଲ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଖୋର୍ଦ୍ଧା ରୋଡ଼ ଡିଭିଜନ ଉପଭୋକ୍ତା କମିଟିର ସଦସ୍ୟ  ଶିଶିର ମିଶ୍ର ଉପସ୍ଥିତ ଥିଲେ।
ପୂର୍ବତଟ ରେଳବାଇ ବିଭାଗର ଜେନେରାଲ ମ୍ୟାନେଜର  ଜାନୁଆରି ମାସରେ ଭଦ୍ରକରୁ ପୁରୀ ପାସେଞ୍ଜର ଟ୍ରେନ୍ ଚାଲୁ ହେବା ସହ ଭଦ୍ରକ ରେଳ ଷ୍ଟେସନକୁ ଏକ ଅତ୍ୟାଧୁନିକ ରେଳ ଷ୍ଟେସନର ନିର୍ମାଣ ସହିତ ବିଭିନ୍ନ ଷ୍ଟେସନ୍‌ରେ ପ୍ରସ୍ତାବିତ ଏଲ୍ ସି ଗେଟ୍ ମାନଙ୍କରେ ପୋଲ ନିର୍ମାଣ କାର୍ଯ୍ୟ, ଅନ୍ୟାନ୍ୟ ଭିତ୍ତିଭୂମି ଓ ରେଳ ଉପଭୋକ୍ତାଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ ଆରମ୍ଭ ପାଇଁ ସେ  ସାଂସଦ ଓ ବିଧାୟକଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ଏବଂ ସଂସଦ ଶୀତକାଳୀନ ଅଧିବେଶନ ପରେ ଏକ ନିର୍ଦ୍ଦିଷ୍ଟ ଦିନରେ  ସାଂସଦଙ୍କ ସହ କ୍ଷେତ୍ର ପରିଦର୍ଶନ କରି ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe