ଭଦ୍ରକ ନେହେରୁ ଷ୍ଟାଡିୟମ ଦଖଲକୁ ନେଲା ପ୍ରଶାସନ; ଷ୍ଟାଡିୟମର ବିକାଶ ହେବ: ଜିଲ୍ଲାପାଳ

ଭଦ୍ରକ ନେହେରୁ ଷ୍ଟାଡିୟମ ଦଖଲକୁ ନେଲା ପ୍ରଶାସନ; ଷ୍ଟାଡିୟମର ବିକାଶ ହେବ: ଜିଲ୍ଲାପାଳ

Sambad

ଭଦ୍ରକ: ଭଦ୍ରକର ନେହେରୁ ଷ୍ଟାଡିୟମକୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ବଳରେ ଜିଲ୍ଲା ପ୍ରଶାସନ ନିଜ ଦଖଲକୁ ନେଇଛି। ଏଣିକି ନେହେରୁ ଷ୍ଟାଡିୟମର ବିକାଶ ଓ ଏହାର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ କରିବା ବୋଲି ଆଜି ଜିଲ୍ଲାପାଳ ଡଃ. ଜ୍ଞାନ ଦାସ ସମ୍ବାଦକୁ କହିଛନ୍ତି। ଏହି ଷ୍ଟାଡିୟମ ଭଦ୍ରକ ଜିଲ୍ଲା ସ୍କୁଲର। ଏହାକୁ ଆଜକୁ ୨୦ ବର୍ଷ ତଳେ ଭଦ୍ରକ ଜିଲ୍ଲା ଅଲିମ୍ପିକ୍‌ସ ଆସୋସିଏସନ୍ ଲିଜ ସୂତ୍ରରେ ନେଇଥିଲା। ଏହି ଲିଜକୁ ନେଇ ଶିକ୍ଷା ବିଭାଗ ନିଜର ଲିଜ କ୍ୟାନସଲ କରିବା ଲାଗି ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ମାତ୍ର ଅଲିମ୍ପିକ୍‌ସ ଆସୋସିଏସନ୍ ହାଇକୋର୍ଟରେ ଜିଲ୍ଲା ବାତିଲ ନକିବାକୁ ଏକ ଷ୍ଟେ କରିଥିଲେ। ଏହି ଷ୍ଟେ ନିର୍ଦେଶ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ମାନ୍ୟବର ହାଇକୋର୍ଟ ଗତକାଲି ଏହି ଷ୍ଟେକୁ ବାତିଲ କରିଦେଇଥିଲେ।

ନେହେରୁ ଷ୍ଟାଡିୟମକୁ ଜିଲ୍ଲା ପ୍ରଶାସନ ନିଜ ଦଖଲକୁ ନେବାକୁ ନିର୍ଦେଶ ଦେଇଥିଲେ। କୋର୍ଟର ନିର୍ଦେଶ ବଳରେ ଆଜି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଭଦ୍ରକ ନେହେରୁ ଷ୍ଟାଡିୟମକୁ ପ୍ରଶାସନ ଦଖଲକୁ ନେଇଛି। ଆଜି ସକାଳେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଉପ ଜିଲ୍ଲପାଳ ପିତାମ୍ବର ସାମଲ, ଆଇ.ଆଇ.ସି ଆଲୋକ ଜେନା, ଭଦ୍ରକ ତହସିଲଦାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ମନୋଜ ଦାସ୍, ଫିଆଇପିଆର୍ ଓ ଗୋଲଖ ବେହେରା ପ୍ରମୁଖ ଉପସ୍ଥିତ ରହି ନେହେରୁ ଷ୍ଟାଡିୟମ୍ ‌ଗେଟରେ ତାଲା ପକାଇ। ତାଲାରେ ନାଲି କପଡା ବାନ୍ଧି ଯାଉ ମୁଡ଼ ଦେଇ ସିଲ୍ କରିଛି। ଆଜିଠାରୁ ନେହେରୁ ଷ୍ଟାଡିୟମ୍ ଅଲମ୍ପିକ୍‌ ଆସୋସିଏସନ୍ ଦଖଲରେ ରହିବା ନାହିଁ। ଏହା ଜିଲ୍ଲା ପ୍ରଶାସନ ଦଖଲକୁ ନେଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe