Law Donut
ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଆଜି ରାଜ୍ୟ ମହିଳା ଆୟୋଗଙ୍କ ଦ୍ଵାରା ଏକ ମାମଲା ସମଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ମୋଟ ୬୮ ଟି ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଛି। ଆଜିର ଏହି ସମାଧାନ ଶିବିରରେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ମିନତି ବେହେରା ଯୋଗଦେଇଥିବା ବେଳେ ମହିଳା ଆୟୋଗ ସଦସ୍ୟା ସ୍ନେହାଞଳି ମହାନ୍ତି, ସୁରଜିତା ସାମଲ, ଜିଲ୍ଲାପାଳ ଜ୍ଞାନ ଦାସ୍, ଏସପି ଚରଣ ସିଂହ ମୀନା, ଉପଜିଲ୍ଲାପାଳ ପୀତବାସ ସାମଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଏହି ଶିବିରରେ ବିଭିନ୍ନ ସ୍ବେଛସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇ ମାମଲା ର ସମା ଧାନ କରିବାରେ ସହଯୋଗ କରିଥିଲେ।
Follow Us