ଭଣ୍ଡାରିପୋଖରୀରେ ଶ୍ରମିକଙ୍କ କ୍ୟାମ୍ପରେ ଚଢ଼ିଗଲା ହାଇୱା, ଜଣେ ମୃତ

ଭଣ୍ଡାରିପୋଖରୀରେ ଶ୍ରମିକଙ୍କ କ୍ୟାମ୍ପରେ ଚଢ଼ିଗଲା ହାଇୱା, ଜଣେ ମୃତ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଶାରଦା ମନ୍ଦିର ସମ୍ମୁଖରେ ଆଜି ଭୋରୁ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରମିକଙ୍କ କ୍ୟାମ୍ପରେ ବାଲି ବୋଝେଇ ହାଇୱା ମାଡିଯିବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି।

ଏବେ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲୁଥିବା ବେଳେ ଶ୍ରମିକମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏଥିପାଇଁ ରାସ୍ତା ପାର୍ଶ୍ଵର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଶ୍ରମିକମାନେ ରହୁଛନ୍ତି। ଶାରଦା ବିଦ୍ୟା ମନ୍ଦିର ସମ୍ମୁଖରେ ଏକ କ୍ୟାମ୍ପରେ ପ୍ରାୟ ୬ ଜଣ ଶ୍ରମିକ ଶୋଇଥିଲେ। ଆଜି ସକାଳୁ ହଠାତ ଆଖୁଆପଦାପଟୁ ବାଲି ବୋଝେଇ କରି ଆସୁଥିବା ଏକ ହାଇୱା ଉକ୍ତ କ୍ୟାମ୍ପ ଉପରେ ମାଡି ଯାଇଥିଲା।

publive-image

ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗୁରୁତର ଶ୍ରମିକକୁ ବାହାର କରି ମେଡିକାଲ ପଠାଇଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe