ଭଦ୍ରକ: ଆଜି ସକାଳ ୬ଟାରୁ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ସଂଘ ଓ ବରପଦା ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ବିଜେଡି ନେତା ପ୍ରୟାସକାନ୍ତି ସାମଲଙ୍କୁ ଗିରଫ ଦାବିରେ ଓ କଲେଜର ପରିଚାଳନା ପ୍ରଶାସନ ହାତକୁ ନେବା ଓ କର୍ମଚାରୀଙ୍କୁ ଦରମା ଦେବା ଦାବି କରି ଏଭଳି ବନ୍ଦ ଡାକରା ଦେଇଛନ୍ତି।
/sambad/media/post_attachments/wp-content/uploads/2024/03/21b5c191-013c-4710-a24a-67be5b19cc45-1024x480.jpeg)
ବରପଦା ବିକାଶ ମଞ୍ଚ ଓ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ସଂଘର ସଦସ୍ୟମାନେ ବନ୍ତ ଛକରେ ଆନ୍ଦୋଳନ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ପରିସ୍ଥିତି ଉତ୍ତେଜନାପ୍ରବଣ ହେବାରୁ ସାରା ସହରରେ ବ୍ୟାପକ ପୁଲିସ ଛାଉଣୀ କରାଯାଇଛି। ଭଦ୍ରକର ବନ୍ତ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
Follow Us