ବୈତରଣୀ ବ୍ରିଜ ନିକଟରୁ ଦୁଇଟି ହାତ-ତିଆରି ବୋମା ଉଦ୍ଧାର: ନିଷ୍କ୍ରିୟ କଲା ପୁଲିସ

Advertisment
ବୈତରଣୀ ବ୍ରିଜ ନିକଟରୁ ଦୁଇଟି ହାତ-ତିଆରି ବୋମା ଉଦ୍ଧାର: ନିଷ୍କ୍ରିୟ କଲା ପୁଲିସ

ଚାନ୍ଦବାଲି: କଟକ- ଚାନ୍ଦବାଲି ମୁଖ୍ଯ ରାସ୍ତାର ବୈତରଣୀ ବ୍ରିଜ ନିକଟରୁ ୨ଗୋଟି ହାତ-ତିଆରି ବୋମାକୁ ଉଦ୍ଧାର କରିଛି ଚାନ୍ଦବାଲି ପୁଲିସ। ସୂଚନା ମୁତାବକ ଆଜି ସକାଳୁ ସକାଳୁ ବ୍ରିଜ ନିକଟକୁ କିଛି ସ୍ଥାନୀୟ ଯୁବକ ଶୌଚ ହେବାକୁ ଯାଇଥିଲେ। ଗୋଟିଏ ବ୍ଯାଗରେ ୨ଗୋଟି ହାତ ତିଆରି ଅଫୁଟା ବୋମା ଥିବାର ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଯୁବକମାନେ ଚାନ୍ଦବାଲି ପୁଲିସକୁ ଖବର ଦେଇଥିଲେ।

publive-image

ଚାନ୍ଦବାଲି ପୁଲିସ ବ୍ରିଜ ନିକଟରେ ପହଞ୍ଚି ୨ଟି ହାତ ତିଆରି ବୋମାକୁ ଉଦ୍ଧାର କରିବା ସହ ନିଷ୍କ୍ରିୟ କରିଦେଇଛି। ତେବେ ଚାନ୍ଦବାଲି ଥାନା ଅଧୀନରେ କିଛି ଗ୍ରାମରେ ହାତ-ତିଆରି ବୋମା ଭିଡ଼ା ହେଉଛି। ଅନେକ ସମୟରେ ବିସ୍ଫୋରଣରେ ବହୁ ଧନ ଜୀବନ ନଷ୍ଟ ହେବାର ନଜିର ମଧ୍ୟ ରହିଛି। ତେଣୁ କେହି କିଛି ଅପରାଧିକ ଉଦ୍ଦେଶ୍ଯରେ ଏହାକୁ ଆଣି ଥୋଇଥାଇପାରେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଆଗକୁ ଦୋଳ ମେଲଣ ପର୍ବ ଥିବାରୁ ପୁଲିସ ପ୍ରଶାସନ ଏଥିପ୍ରତି ସତର୍କ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe