ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ

Advertisment
ଖେଳୁଥିବା ସମୟରେ କୀଟନାଶକ ପିଇଦେଲେ ୪ ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Odisha Bytes

ଭଦ୍ରକ: ଆଜି ସକାଳେ ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର ରିଲାଏନ୍ସ ପେଟ୍ରୋଲ ପମ୍ପ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକଙ୍କର ମୃତ୍ଯୁ ଘଟିଛି। ମୃତ ଯୁବକଙ୍କର ନାମ ବିଶ୍ୱଜିତ ରାଉତ(୨୦)  ଓ ସାନୁ ସ୍ୱାଇଁ(୧୯)। ଏମାନଙ୍କ ଘର ଢେଙ୍କାନାଳ ଜିଲ୍ଲାର ପାର୍ବତିଆ ଗ୍ରାମରେ। ଏହି ଦୁଇ ଯୁବକ ଆଜି ଭୋର ସମୟରେ ଜଳେଶ୍ୱରରେ ଏକ ବାଇକ ଯୋଗେ ନିଜ ଗାଁ ଢେଙ୍କାନାଳକୁ ଯାଉଥିଲେ।

ଏମାନେ ଜଳେଶ୍ୱରରେ ଏହି ଧାନ କଟା ମେସିନ ଚଳାଉଥିଲେ। ଛୁଟିରେ ଘରକୁ ଯାଉଥିବା ବେଳେ ଆଜି ସକାଳେ ଭଦ୍ରକର ୧୬ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଏହି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳକୁ ଯାଇ ଦୁଇ ମୃତ ଯୁବକଙ୍କ ଶବ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ପଠାଇଛି। ଯୁବକଙ୍କ ପରିବାର ଲୋକଙ୍କୁ ପୁଲିସ ସୂଚନା ଦେଇଛି।

ସୂଚନା ପାଇ ପରିବାର ଲୋକ ଢେଙ୍କାନାଳରୁ ଭଦ୍ରକ ଆସିଥିବା ବେଳେ ସେମାନେ ଭଦ୍ରକରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe