ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ବୋଡ଼କ ପଞ୍ଚାୟତ ଖର୍ଦ୍ଦାପାଟଣା ଗ୍ରାମର ଜଣେ ୪ ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି ପ୍ରାଣ ହରାଇଛି। ମୃତ ଶିଶୁ ହେଲା ଶଙ୍କର୍ଷଣ ମଳିକଙ୍କ ପୁଅ ଶ୍ରୀମନ୍ତ।
ଖବର ଅନୁଯାୟୀ, ବୁଧବାର ସକାଳେ ପୁଅ ଦାଣ୍ଡରେ ଖେଳୁଥିବା ଘରଲୋକେ ଦେଖିଥିଲେ। ହେଲେ କିଛି ସମୟ ପରେ ପୁଅକୁ ଖୋଜି ପାଇନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଅପରାହ୍ନରେ ପୁଅ, ଗାଁମୁଣ୍ତ ଏକ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଶିଶୁଟିକୁ ପୋଖରୀରୁ ଉଦ୍ଧାର କଲାବେଳକୁ ତା’ର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ତିହିଡ଼ି ପୁଲିସ ଶବ ଜବତ୍ କରି କେସ୍ ନଂରେ ୭୯/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେପଟେ ପୁଅକୁ ହରାଇ ପରିବାରରେ ଶୋକର ଛାୟା ଖେଳିଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us