ବାହାନଗା ଟ୍ରେନ ଦୁର୍ଘଟଣାରେ ଭଦ୍ରକ ଜିଲ୍ଲାରୁ ୫ ଜଣଙ୍କର ଦେହାନ୍ତ

Advertisment
ବାହାନଗା ରେଳ ଦୁର୍ଘଟଣାରେ ୭୯ ଆହତ ଭଦ୍ରକ ଡାକ୍ତରଖାନାରେ  ଭର୍ତ୍ତି

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଏବେ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ଘଟିଛି। ଭଦ୍ରକ ବ୍ଲକ  ସାବରଙ୍ଗର ରାଜେଶ କୁମାର ବଳଙ୍କର ଦେହାନ୍ତ ହୋଇଛି। ତିହିଡି ବ୍ଲକର କୁବେରା ଗ୍ରାମର ହରିହର ସାହୁ ନଜର ଦେହାନ୍ତ ହୋଇଛି। ଧାମନଗର ବ୍ଲକର ଅର୍ଜୁନପୁର ପଞ୍ଚାୟତ ବାଲିପାଟଣା ଗ୍ରାମର ଆଲୋକ ନାୟକଙ୍କର ଦେହାନ୍ତ ହୋଇଛି। ଭଣ୍ଡାରି ପୋଖରୀ ବ୍ଲକ୍  ମଞ୍ଜୁରୀ ରୋଡ଼ ଅଞ୍ଚଳର ରୂପକ ନାୟକଙ୍କର ଦେହାନ୍ତ ହୋଇଯାଇଛି। ଭଦ୍ରକ ଚରମ୍ପାର ଗୁନୁ ନାମକ ଜଣେ ଯାତ୍ରୀଙ୍କ ଦେହାନ୍ତ ହୋଇଛି।

ସେହିପରି ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଇଥିବା ବେଳେ ଜଣେ ଲୋକର ଦେହାନ୍ତ ହୋଇଥିବା ବେଳେ ବାସୁଦେବପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ଯାତ୍ରୀଙ୍କ ଦେହାନ୍ତ ହୋଇଛି। ଏହି ଦୁଇ ମୃତକଙ୍କ ପରିଚୟ ମିଳି ନାହିଁ। ଭଦ୍ରକରେ ଏହି ଟ୍ରେନ ଯାତ୍ରୀଙ୍କର ମୃତ କ୍ବତକୁ ନେଇ ଜିଲ୍ଲା  ସାରା  ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe