ଜମିପାଇଁ ହଣାକଟା: ୬ ଗୁରୁତର, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Advertisment
ଜମିପାଇଁ ହଣାକଟା: ୬ ଗୁରୁତର, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଭଦ୍ରକ: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବରାଳ ପୋଖରୀ ଗ୍ରାମର ଏକ ଜମିବାଡ଼ି ଵିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା। ‌ଘଟଣାରେ ଉଭୟ ପକ୍ଷର ୬ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭଦ୍ରକ ଟାଉନ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଜମିବାଡ଼ି ଭାଗ ବଣ୍ଟାକୁ ନେଇ ଦଳେଇ ଓ ସେନାପତି ପରିବାର ଆକ୍ରମଣରେ ଉଭୟ ପରିବାର ୬ଜଣ ଗୁରୁତର ହୋଇଥିବା ଜଣାଯାଇଛି।

ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବରାଳ ପୋଖରୀ ୱାର୍ଡ ନମ୍ୱର୍ ୧ରେ ଜାଗାବାଡ଼ି ଭାଗବଣ୍ଟାକୁ ନେଇ ଆକ୍ରମଣ ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ୬ ଗୁରୁତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ହେଉଛନ୍ତି। ଦୀର୍ଘ ୪ଵର୍ଷ ଧରି ଜମିବାଡ଼ି ଵିଵାଦ ଲାଗି ରହିଛି। ଜମିବାଡ଼ି ବିବାଦ ଲାଗି ଗତକାଲି ସେନାପତି ପରିବାର ଜାମିନରେ ଆସିଥିବା ବେଳେ ଏଭଳି କାଣ୍ଡ ରାତି ଅଧରେ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe