ଗୋଷ୍ଠୀ ସଂଘର୍ଷରେ ୬ ଆହତ

ଗୋଷ୍ଠୀ ସଂଘର୍ଷରେ ୬ ଆହତ

ଭଦ୍ରକ : ଜାଗାବାଡ଼ିି ବିବାଦକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗାରେ ଆଜି ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ଉଭୟ ପକ୍ଷରୁ ମୋଟ ୬ ଜଣ ଆହତ ହୋଇଛନ୍ତି। ଦୁଇ ପରିବାର ମଧ୍ୟରେ ଜମି ବିବାଦକୁ ନେଇ ଏହି ସଂଘର୍ଷ ଘଟିଥିବା ପୁଲିସ କହିିଛି। ସତର୍କତା ସ୍ୱରୂପ ପୁଲିସ ଉକ୍ତ ଗାଁରେ ଫୋର୍ସ ମୁତୟନ କରିଛି। ଏଣେ ଗଣ୍ଡଗୋଳରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

publive-imageସୂଚନା ଅନୁଯାୟୀ, ଏହି ବିବାଦ ତିନି ଦିନ ହେଲା ଚାଲିଥିଲା। ଜମିକୁ ନେଇ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ। ବିବାଦ ଅଧିକ ତେଜିବାରୁ ଗତକାଲି ଉଭୟ ଗୋଷ୍ଠୀ ଥାନାରେ ଏତଲା ଦେଇଥିଲେ। ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଏହି ଘଟଣାରେ କେବଳ ମାମଲା ରୁଜୁ କରି ଦେଇ ବସିଯାଇଥିଲେ। ଏଣେ ଆଜି ସକାଳୁ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ପାଣି ପକାଇବାକୁ ନେଇ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଏକ ଗୋଷ୍ଠୀ ଉପରେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀର ଆକ୍ରମଣ ଓ ପ୍ରତି ଆକ୍ରମଣରେ ଦୁଇ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଭଗବାନ ରାଉତ, କମଳା ରାଉତ, ବନମାଳି ରାଉତ, ଦୁଯ୍ୟେଧନ ରାଉତଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟ ଗୋଷ୍ଠୀର ଗଂଗାଧର ରାଉତ ଓ ରାଧାକାନ୍ତ ରାଉତ ଆହତ ହୋଇଛନ୍ତି। ଗାଁ ଲୋକେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଆହତମାନଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲେ। ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe