ଭଦ୍ରକ ଜିଲ୍ଲାରେ ୯୪ ନୂଆ କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା  ୨୭୨୭ ଛୁଇଁଲା

Advertisment
ରାଜ୍ୟରେ ଲକ୍ଷେ ଟପିବ କରୋନା ସଂକ୍ରମଣ

The Week

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଆଜି ନୂଆ ୯୪ ଜଣ  ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୭୨୭ ରେ ପହଞ୍ଚିଛି । ଆହୁରି ମଧ୍ୟ କରୋନାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ  ମୋଟ ୨୦୭୬ ଜଣ ସୁସ୍ଥ ହୋଇଥିବା ବେଳେ  ଏବେ ସୁଦ୍ଧା ୬୪୩ ଜଣ  ଆକ୍ଟିଭ କରୋନା ଆକ୍ରନ୍ତ ଚିକିତ୍ସିତ ହେଉଛନ୍ତି। ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରୁ ଆଜି ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତିହିଡି ବ୍ଲକରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାସୁଦେବପୁର ବ୍ଲକରୁ ୫ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।  ଭଦ୍ରକ ବ୍ଲକରୁ  ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକରୁ ୬ ଜଣ ଓ ବନ୍ତ  ବ୍ଲକରୁ   ୯ ଜଣ   କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି।  ସେହିପରି ଅନ୍ୟ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ରାଜ୍ୟର ବିଭିନ୍ନ ହସପିଟାଲରେ ଭଦ୍ରକ ଜିଲ୍ଲାର ୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe