ଭଦ୍ରକ (ଡ. ହରିହର ନାୟକ): ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ପୂର୍ବରୁ ଯୁକ୍ତ ୨ କଲେଜ)ରେ ପାଠ ପଢ଼ିବା ପାଇଁ ସମସ୍ତଙ୍କର ଏକ ସ୍ବପ୍ନ ଥାଏ। ମେଧାବୀ ଛାତ୍ରଛାତ୍ରୀମାନେ ଏହି ସ୍କୁଲରେ ପାଠ ପଢ଼ି ସୁନାମ ଅର୍ଜନ କରିଛନ୍ତି। ଏଠାରେ ଯୁକ୍ତ ଦୁଇରେ ନାମ ଲେଖିବା ପାଇଁ ଭିଡ଼ ଲାଗେ। କେବଳ ପାଠ ପଢ଼ା ପାଇଁ ଓଡ଼ିଶାରେ ଏକ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ନଥିଲା। ୧୯୪୮ ମସିହାରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା। ବାଉଦପୁର ଅଞ୍ଚଳର ବଦାନ୍ୟ ବ୍ୟକ୍ତି ନରେନ୍ଦ୍ର ପ୍ରସାଦ ଦାସଙ୍କ ଉଦ୍ୟମରେ ତାଙ୍କର ଜମି ଦାନରେ ଭଦ୍ରକରେ ଶିକ୍ଷାର ବିକାଶ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ଜଗନ୍ନାଥପୁର ଗ୍ରାମର ଛକଡି ମହାନ୍ତିଙ୍କ ସହଯୋଗ ଓ ଜମି ଦାନ ସହ ଆହୁରି ଅନେକ ଜଗନ୍ନାଥପୁର ଗ୍ରାମବାସୀଙ୍କର ସହଯୋଗରେ ଆରମ୍ଭ ହୋଇଥିଲା ଏହି ଶିକ୍ଷାନୁଷ୍ଠାନ।
ଆଗ ଭଳି ଛାତ୍ରଛାତ୍ରୀଙ୍କ ମନରେ ନାହିଁ ଉତ୍ସାହ
ଆଜି ଏହି ଶିକ୍ଷାନୁଷ୍ଠାନର ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୨୫୦୦ ଶହ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। କଳାରେ ୫୧୨ ସିଟ୍ ରହିଥିବା ବେଳେ ପ୍ରଥମ ଓ ଦ୍ବିତୀୟ ବର୍ଷରେ ମୋଟ ୧୦୨୪ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ପ୍ରଥମ ବର୍ଷରେ ୫୧୨ ଓ ଦ୍ଵିତୀୟ ବର୍ଷ ରେ ୫୧୨ ସିଟକୁ ଲଗାଇ ମୋଟ ୧୦୨୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେହିପରି ବାଣିଜ୍ୟରେ ପ୍ରଥମ ବର୍ଷରେ ୨୫୬ ଓ ଦ୍ଵିତୀୟ ବର୍ଷ ୨୫୬ ସିଟ ରହିଛି। ବାଣୀଜ୍ୟରେ ମୋଟ ୫୧୨ ଜଣ ଛାତ୍ରଛାତ୍ରୀ ପାଠ ପଡ଼ୁଛନ୍ତି। ୩ଟି ବିଭାଗର ମୋଟ ୨୫୦୦ ଛାତ୍ର ଛାତ୍ରୀଙ୍କ ପାଇଁ ମୋଟ ୩୯ ଜଣ ଅଧ୍ୟାପକ ରହିବା ପାଇଁ ମଞ୍ଜୁରୀ ପ୍ରାପ୍ତ ହୋଉଛି। ଏହି ପଦବିରେ ସ୍ଥାୟୀ ଅଧ୍ୟାପକ ରହିବା କଥା। ମାତ୍ର ଏମାନଙ୍କ ସ୍ଥାନରେ ଅଛନ୍ତି ୩୬ ଜଣ ଅତିଥି ଅଧ୍ୟାପକ। ଆହୁତି ୨ ଟି ପଦବି ଖାଲି ପଡ଼ିଛି। ସ୍ଥାୟୀ ଅଧ୍ୟାପକ ନଥିବାରୁ ଅତିଥି ଅଧ୍ୟାପକମାନେ ନିଜ ଇଚ୍ଛାରେ କ୍ଳସକୁ ଆସୁଛନ୍ତି। ପୂର୍ବରୁ ଏକାଦଶ ଓ ଦ୍ବାଦଶ ପଢ଼ିବା ପାଇଁ ଯେଉଁ ଇଚ୍ଛା ରହିଥିଲା, ଆଜିକାଲି ପିଲାମାନଙ୍କର ମନରେ ସେହିଭଳି ଉତ୍ସାହ ନାହିଁ। ସରକାରୀ କଲେଜ ବୋଲି କେବଳ ପ୍ରମାଣ ପତ୍ରର ଦମ୍ ରହିଛି ବୋଲି ଲୋକେ ଭଦ୍ରକର ଏହି ଐତିହାସିକ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିଲେ। ଆଜି ଏଠାରୁ କର୍ପୁର ଉଡ଼ିଯାଇଛି। ଯାହା ଖାଲି କପଡ଼ା ରହିଯାଇଛି। ଏଠାରେ ଯୁକ୍ତ ଦୁଇକୁ ଛାଡ଼ି ଯୁକ୍ତ ତିନିରେ ୩ ହଜାରରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ୧୨ ଶହ ଛାତ୍ରଛାତ୍ରୀ ସେଲ୍ଫ ଫାଇନାନ୍ସ କୋର୍ସରେ ପଢ଼ୁଛନ୍ତି।
ଆହୁରି ପଢ଼ନ୍ତୁ: Home Remedy For Soft Lips: ଶୀତଦିନେ ଓଠ ଫାଠୁଛି କି? ଦାମୀ Lip Balm ପରିବର୍ତ୍ତେ ଆପଣାନ୍ତୁ ଘରୋଇ ଉପଚାର
ମଦ୍ୟପଙ୍କ ଆଡ୍ଡା ଜମୁଛି
ଏହି କ୍ୟାମ୍ପସରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ଵବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରାୟ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ସେହିଭଳି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁରର ଏକ ଶାଖା ମାଧ୍ୟମରେ ଏଠାରେ ପ୍ରାୟ ୧ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ତଥାପି କଲେଜ କ୍ୟାମ୍ପସ ପରିତ୍ୟକ୍ତ ହୋଇ ପଡ଼ିରହିଛି। କଲେଜ ମୁଖ୍ୟ ଗେଟ୍ ନିର୍ମାଣ ଶେଷ ହୋଇ ପାରିନି। କଲେଜ ରାସ୍ତା ସମ୍ପୂର୍ଣ ଦୂରବସ୍ଥା ହୋଇଛି। କଲେଜର ପାଚେରୀ ପାଇଁ ଆସି ଥିବା ୫୬ ଲକ୍ଷ ଟଙ୍କାର କାମ ହେଉନି। କଲେଜ ପାଚେରି ନଥିବାରୁ ମୁକୁଳା ପଡ଼ିଛି କଲେଜ ପରିସର। ଏଠାରେ ରାତି ହେଲେ ଡ୍ରଗସ ଓ ମଦ୍ୟପାନ ଆଡ଼ା ଜମୁଛି। ପୁଲିସ ଗୋଡାଇଲେ ସାଳନ୍ଦୀ ନଦୀପଠା ଦେଇ ପଳାଇ ଯାଉଛନ୍ତି। ଶୈଖିକ ବାତାବରଣ ଅନେକ ପରିମାଣରେ ନଷ୍ଟ ହୋଇଗଲାଣି। ଦୁଃଖର କଥା ଭଦ୍ରକ କଲେଜରେ କେହି ଜଣେ ହେଲେ ସ୍ଥାୟୀ ଅଧ୍ୟାପକ ଯୁକ୍ତ ଦୁଇ ନିଯୁକ୍ତି ଦିଆଯାଇ ନାହିଁ। ସବୁ ଅତିଥି ଅଧ୍ୟାପକ ହିଁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଭରସା। ଏଠାରେ ପ୍ରାୟ ୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଛାତ୍ର ଛାତ୍ରୀଙ୍କୁ ଅତିଥି ଅଧ୍ୟାପକ ଭରସା।
ଆହୁରି ପଢ଼ନ୍ତୁ: Under Construction Roof Collapse: ଜୟପୁରରେ ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ପୋତି ହୋଇଗଲେ ବହୁ ଶ୍ରମିକ
ଅବହେଳିତ ଶିକ୍ଷାନୁଷ୍ଠାନ
ଭଦ୍ରକ ମହାବିଦ୍ୟାଳୟ ପ୍ରତିଷ୍ଠା ହେବାର ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାକୁ ଏକ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଭଦ୍ରକବାସୀଙ୍କ ସ୍ଵପ୍ନ ସ୍ଵପ୍ନରେ ରହିଯଆଇଛି। ମହତାବଙ୍କ ସ୍ଵପ୍ନର ପଲ୍ଲୀଶ୍ରୀ ବିଶ୍ଵବିଦ୍ୟାଳୟ ପରିକଳ୍ପନା ଆଜି ବି ପୂରଣ ହୋଇପାରି ନାହିଁ। କ୍ରମାଗତ ଭାବେ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଶିକ୍ଷା ବିଭାଗ ଅଣଦେଖା କରି ଆସୁଛି। ବାରଂବାର ଭଦ୍ରକ କଲେଜକୁ ଏକକ ବିଶ୍ବବିଦ୍ୟାଳୟ କିମ୍ବା ବିଶ୍ଵବିଦ୍ୟାଳୟର ମାନ୍ୟତା ଦେବାକୁ ଦାବି କରାଯାଉଥିବା ବେଳେ ସରକାର ଏ ଦିଗରେ ଦୃଷ୍ଟି ଦେଉ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/10/bhadrak-collage-2025-11-10-17-28-35.jpg)