ବାଲେଶ୍ବର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏବିଭିପି ଭଦ୍ରକ କଲେଜ ପକ୍ଷରୁ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା

Advertisment

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ଏବିଭିପି  ଶାଖା ପକ୍ଷରୁ ଏଫଏମ କଲେଜର ଛାତ୍ରୀ ତଥା ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ଦେହାନ୍ତ ପରୀପ୍ରେକ୍ଷୀରେ କଲେଜ ପରିସରରୁ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ବାହାରି ସହର ମଧ୍ୟରେ ଥିବା ଟାଉନ ହଲ ପରିସରରେ ଶେଷ ହୋଇଥିଲା।

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ଏବିଭିପି  ଶାଖା ପକ୍ଷରୁ ଏଫଏମ କଲେଜର ଛାତ୍ରୀ ତଥା ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ଦେହାନ୍ତ ପରୀପ୍ରେକ୍ଷୀରେ କଲେଜ ପରିସରରୁ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ବାହାରି ସହର ମଧ୍ୟରେ ଥିବା ଟାଉନ ହଲ ପରିସରରେ ଶେଷ ହୋଇଥିଲା।

0419ad39-df73-4c61-8d40-a88b42e13556

ଭଦ୍ରକ: ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ଏବିଭିପି  ଶାଖା ପକ୍ଷରୁ ଏଫଏମ କଲେଜର ଛାତ୍ରୀ ତଥା ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ଦେହାନ୍ତ ପରୀପ୍ରେକ୍ଷୀରେ କଲେଜ ପରିସରରୁ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ବାହାରି ସହର ମଧ୍ୟରେ ଥିବା ଟାଉନ ହଲ ପରିସରରେ ଶେଷ ହୋଇଥିଲା। ସେଠାରେ ପୀଡ଼ିତାଙ୍କ ଫଟୋ ଚିତ୍ର ଆଗରେ ଛାତ୍ରଛାତ୍ରୀମାନେ ସାମୂହିକ ପ୍ରଦୀପ ପ୍ରଜ୍ଜ୍ବଳନ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।

ଘଟିଥିବା ଅଭାବନୀୟ ଘଟଣାରେ ସମସ୍ତ ଅଭିଯୁକ୍ତ ମାନଙ୍କ ସହ ଯେଉଁ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡ଼ିର କର୍ମୀମାନେ ସ୍ବର୍ଗତ ଛାତ୍ରୀଙ୍କୁ ମାନସିକ ଭାବେ ବିଭିନ୍ନ ନିର୍ଯାତନା ଦେଉଥିଲେ ଏବଂ ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର କରୁଥିଲେ।

ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏବିଭିପି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଛି। ଏତତ୍ ବ୍ୟତୀତ ଏଫଏମ କଲେଜର ଗଠିତ ଥିବା ଆଇସିସି କମିଟିର ସମସ୍ତ ସଦସ୍ୟଙ୍କୁ ତଦନ୍ତର ପରିସର ଭୁକ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ରାଜ୍ୟର ଥିବା ଅନ୍ୟାନ୍ୟ କଲେଜର ଆଇସିସି କମିଟିକୁ ତର୍ଜମା ରାଜ୍ୟ ସରକାର କରନ୍ତୁ ବୋଲି ଏବିଭିପିର ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ପ୍ରକାଶ କରିଛନ୍ତି।

ଏହି ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ଭଦ୍ରକ କଲେଜର ଛାତ୍ର ନେତା ତଥା ଏବିଭିପିର ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ରୁଦ୍ର ପ୍ରତାପ ଆଚାର୍ଯ୍ୟ, ପ୍ରିତିମା ପଣ୍ଡା, ତ୍ରିଲୋଚନ ବାରିକ, ତନୁଶ୍ରୀ ବେହେରା, ଶୁଭମ୍ ପାଢ଼ୀ, ଦେବାଶିଷ ପାଣିଗ୍ରାହୀ, ଶୁଭଶ୍ରୀ ଦେବର୍ଚ୍ଚନା, ସାହିଲ୍ ବେହେରା, ମନୋରଞ୍ଜନ ନାୟକ, ସାହିଲ ସମାନି, ମିତାଲି ଦାସ, ଦୁର୍ଗା ଶଙ୍କର ଜେନା, ମୁକେଶ ବାରିକ, ଦେବୀ ପ୍ରସାଦ ଦାଶ, ରବି ରେଡ୍ଡୀ, ଗୌତମୀ ପାଢ଼ୀ, ଦିବ୍ୟ କାନୁନଗୋ , ରଞ୍ଜୁଲତା ପୁଟିଆ, ସୁମିତ୍ରା ସେଠୀ, ସିଦ୍ଧାର୍ଥ ଶଙ୍କର ମହାନ୍ତିଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ କଲେଜରେ ଶୋକସଭା, ଦୀପ ପ୍ରଜ୍ବଳନ ଆଦି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe