ଭଣ୍ଡାରିପୋଖରୀରେ ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍: ୯ ଗୁରୁତର

Advertisment
ଭଣ୍ଡାରିପୋଖରୀରେ ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍: ୯ ଗୁରୁତର

ଭଦକ: ଏକ ଟ୍ରକକୁ ଯାତ୍ରୀବାହୀ ବସ ପିଟିବା ଫଳରେ, ୯ଜଣ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ୧୬ ନମ୍ବର ଜାତୀୟ ରାଜପଥର କହରାପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ କହରାପୋଖରୀ ଛକ ନିକଟରେ ନିନି ନାମକ ଏକ ଯାତ୍ରୀବାହୀ ବସ ଭୁବନେଶ୍ୱରରୁ ବାଲେଶ୍ୱର ଯିବା ବେଳେ ଦୁର୍ଘଟଣା ଘଟିଛି। ବସଟି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା। ବସରେ ଥିବା ୯ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତେବେ ଭଣ୍ଡାରିପୋଖରୀ ପୁଲିସ ବସ ଡ୍ରାଇଭରକୁ ଅଟକ ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe