ଭଦ୍ରକରେ ବାତ୍ୟା କ୍ଷୟକ୍ଷତିର ଆକଳନ କଲା ପ୍ରଶାସନ, ୧୩୭୩ ଗାଁରେ ୭ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ

୨୦୧୬ ଘର କ୍ଷତି, ଉପୁଡିପଡିଛି ୨ ହଜାର ବିଦ୍ୟୁତ୍ ଖୁଣ୍ଟି

ବିଳମ୍ବିତ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା ଅମ୍ଫାନ; ପଶ୍ଚିମବଙ୍ଗରେ ବିମାନ ଓ ଟ୍ରେନ୍ ସେବା ବାତିଲ

Image Source: Hindustan Times

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମହାବାତ୍ୟା ‘ଅମ୍ଫାନ’ର ଭୟ ଟଳିଛି। ଗତ ଦୁଇ ଦିନ ହେଲା ବାତ୍ୟା ଆଶ୍ରୟସ୍ଥଳରେ ରହିଥିବା ଲୋକ ଏବେ ନିଜ ଘରମୁହାଁ ହୋଇଛନ୍ତି। ଘରକୁ ଫେରି ଗାଁ ଲୋକ ନିଜର ଉଡି ଯାଇଥିବା ଚାଳ ଛପର ଘରକୁ ଦେଖି ମୁଣ୍ଡରେ ହାତ ଦେଉଛି। ପୁଣି କିଭଳି ଘର ତିଆରି କରି ମୁଣ୍ଡ ଗୁଂଜିବ ସେଇ ଚିନ୍ତା କରୁଛି। ଆଉ କିଛି ଲୋକ ଆଶ୍ରୟସ୍ଥଳରୁ ନିଜ ଘରକୁ ଫେରିବା ପରେ ତା ଘର ବାଡିରେ ଥିବା ଗଛ କିଭଳି ପବନରେ ଉପୁଡି ପଡି ଚାଳ ଘର ଭାଙ୍ଗି ଦେଇଛି। ତାକୁ ଦେଖି ଆଖିରୁ ଲୁହ ଗଡାଉଛି। ଭଦ୍ରକ ଜିଲ୍ଲାର ବାତ୍ୟା ଦେଇ ଯାଇଛି ଏଭଳି କିଛି ଦୃଶ୍ୟ। ଯାହା ଜିଲ୍ଲାର ବିଶେଷ ଭାବେ ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ତିହିଡି ବ୍ଲକରେ ଦେଖିବାକୁ ମିଳିଛି। ଗତକାଲି ବାତ୍ୟା ବିଭୀଷିକା ଟଳିଯିବା ପରେ ଆଜି ସକାଳୁ ଜିଲ୍ଲାପାଳ ଜ୍ଞାନ ଦାସ ଧାମରା ଅଞ୍ଚଳର ବାତ୍ୟା ବିପର୍ୟ୍ୟସ୍ତ ଅଞ୍ଚଳରେ ପହଞ୍ଚିଥିଲେ ।

ଜିଲ୍ଲାପାଳ ଶ୍ରୀ ଦାସ ଜିଲ୍ଲାରେ ବାତ୍ୟା ସ୍ଥିତିର ଅନୁଧ୍ୟାନ କରିବା ସହ ଭାଙ୍ଗି ପଡିଥିବା ବିଦ୍ୟୁତ୍ ଖୁଣ୍ଟି କିଭଳି ଯୁଦ୍ଧକାଳୀନ ଭିତ୍ତିରେ ଉଠି ପୁଣି ବିଦ୍ୟୁତ୍ ସଂଯୋଗ ଲୋକମାନଙ୍କୁ ଦିଆଯାଇପାରିବ ସେଥିପ୍ରତି ନେସ୍କୋ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିପରି ଚାନ୍ଦବାଲି, ବାସୁଦେବପୁର, ତିହିଡି ବିଡିଓ ଓ ତହସିଲଦାରଙ୍କ ବାତ୍ୟା କ୍ଷୟକ୍ଷତିର ସଠିକ୍ ଆକଳନ କରି ରିପୋର୍ଟ ଦେବାକୁ କହିଥିଲେ। ବାତ୍ୟା ବିଶେଷକରି ଲୋକଙ୍କର ଘରଦ୍ବାର ଭାଙ୍ଗି ଯାଇଥିବା ବେଳେ, ଗୃହପାଳିତ ପଶୁ, ପକ୍ଷୀ, ଧାନ ଚାଷ ଓ ପନିପରିବା ନଷ୍ଟ ହୋଇଛି। ଗତ ଦୁଇ ଦିନ ଧରି ଜିଲ୍ଲାର ଚାନ୍ଦବାଲି, ଧାମରା, ବାସୁଦେବପୁର, ତିହିଡି ଏରିଆରେ ପବନର ବେଗ ୮୦ କିଲୋମିଟର ଥିବାବେଳେ ଚାନ୍ଦବାଲି ବ୍ଲକରେ ୬୭ ମିମି ବର୍ଷା ରେକର୍ଡ କରାଯାଇଥିଲା। ବାତ୍ୟା ଯୋଗୁଁ ଜିଲ୍ଲାର ୭ଟି ବ୍ଲକ ଓ ୪ ଟି ପୌରାଞ୍ଚଳରେ ମୋଟ ୭ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଥିଲେ। ଜିଲ୍ଲାରେ ମୋଟ ୨୧୮ ଟି ପଞ୍ଚାୟତର ୧୩୭୩ ଗାଁ ଓ ୮୦ ଟି ୱାର୍ଡରେ କ୍ଷୟକ୍ଷତି ହୋଇଛି।

publive-image

ବାତ୍ୟା ଦାଉରୁ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ଜିଲ୍ଲାର ମୋଟ ୫୬୧ ଟି ବାତ୍ୟା ଆଶ୍ରୟସ୍ଥଳରେ ୩୧ ହଜାର ୧୮ ଜଣ ଲୋକଙ୍କୁ ରଖାଯାଇଥିଲା। ଆଜି ଏଇ ଲୋକମାନେବ ନିଜ ନିଜ ଘରକୁ ଫେରିଛନ୍ତି। ବାତ୍ୟାରେ ଜିଲ୍ଲାରେ ୩୩୧ ଟି ଗୃହପାଳିତ ପଶୁ କ୍ଷତିଗ୍ରସ୍ତ ହୋଇଛନ୍ତି। ପବନରେ ଜିଲ୍ଲାରେ ମୋଟ ୨୦୧୬ଟି ଚାଳ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ ତିହିଡିରେ ଜଣେ ଶିଶୁ ଉପରେ କାନ୍ଥ ପଡିବାରୁ ମୃତ୍ୟୁ ହୋଇଥିବା ବେଳେ ଚାନ୍ଦବାଲିରେ ଏକ ଗୃହପାଳିତ ପଶୁର ମୃତ୍ୟୁ ଘଟିଛି। ଜିଲ୍ଲାରେ ୭ ଶହ ଏକରୁ ଉର୍ଦ୍ଧ୍ବ ଧାନ ଚାଷ ଓ ପନି ପରିବା ଚାଷ ନଷ୍ଟ ହୋଇଛି। ସେହିପରି ପବନରେ ୨ ହଜାରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବା ବେଳେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାରେ ସବୁ ଠିଡି ତଳେ ପଡିଛି। ଯାହାଫଳରେ ଜିଲ୍ଲାରେ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି ।

ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିବା ଓ ତାର ସବୁ ଛିଡ଼ାଇ ତଳେ ପଡିବା ଯୋଗୁଁ ଗତ ତିନି ଦିନ ହେଲା ଜିଲ୍ଲାର ଅଧିକାଂଶ ଗାଁ ଅନ୍ଧାର ଭିତରେ ରହିଛି। ଗତକାଲି ରାତି ବେଳକୁ ଭଦ୍ରକ ଓ ଚାନ୍ଦବାଲିର କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ବେଳେ ଅଧିକାଂଶ ଗାଁରେ ବିଦ୍ୟୁତ୍ ସଂଯୋଗ କରାଯାଇ ନାହିଁ। ଜିଲ୍ଲାପାଳ ଆଜି ଧାମରାରୁ ଫେରିବାର ପରେ ଭଦ୍ରକରେ ବାତ୍ୟା କ୍ଷୟକ୍ଷତିକୁ ନେଇ ଏକ ସମୀକ୍ଷା କରିଥିଲେ। ଖୁବ ଶୀଘ୍ର ଜିଲ୍ଲାର ସବୁ ବ୍ଲକରୁ ବାତ୍ୟା କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଇ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବା ପରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe