ଦୀପାବଳିରେ ଲିଭିଗଲା କୁଳଦୀପ: ଆଠ ବର୍ଷର ପୁଅ ଉପରେ ଚଢ଼ିଗଲା ଟ୍ରାକ୍ଟର

ଦୀପାବଳିରେ ଲିଭିଗଲା କୁଳଦୀପ: ଆଠ ବର୍ଷର ପୁଅ ଉପରେ ଚଢ଼ିଗଲା ଟ୍ରାକ୍ଟର

ଭଦ୍ରକ: ଦୀପାବଳିରେ ଲିଭିଗଲା କୁଳଦୀପ। ଏକମାତ୍ର ଆଠ ବର୍ଷର ପୁଅ ଉପରେ ଚଢ଼ିଗଲା ଟ୍ରାକ୍ଟର ଓ ଏହାଫଳରେ ତାର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ବ୍ଲକ୍ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତର ଅସୁରା ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ରାହାଞ୍ଜ ଅସୁରା ଗ୍ରାମର ଭାସ୍କର ବେହେରାଙ୍କ ଆଠ ବର୍ଷର ପୁଅ କାହ୍ନୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ ଟ୍ରାକ୍ଟର ତା ଉପରେ ଚଢ଼ି ଯାଇଥିଲା। ଟ୍ରାକ୍ଟର ଚାପରେ କାହ୍ନୁ ଗୁରୁତର ହୋଇପଡ଼ିଥିଲା। ତାକୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

କାହ୍ନୁର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଗାଁରେ ମଧ୍ୟ ଶୋକାକୁଳ ପରିସ୍ଥିତ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ପୁଲିସ ଟ୍ରାକ୍ଟର ଜବତ କରିଛି। ଆଜି ପବିତ୍ର ଦୀପାବଳି ଅବସରରେ ଭସ୍କରଙ୍କ ପରିବାରର କୁଳଦୀପ ଲିଭିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe