ଭଦ୍ରକ (ହରିହର ନାୟକ): ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଭଦ୍ରକଜିଲ୍ଲା ଆରଡ଼ି ଧାମର ବାବା ଆଖଣ୍ଡଳମଣିଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥାଏ। ଶ୍ରଦ୍ଧାଳୁଙ୍କ ରାତ୍ରି ରହଣି ପାଇଁ ୨୦୧୯ ମସିହାରେ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ପାନ୍ଥନିବାସ ନିର୍ମାଣ କରାଯାଇଥିଲା। କିନ୍ତୁ, ନିର୍ମାଣ କାର୍ଯ୍ୟ ସରିଥିବାକୁ ୨ ବର୍ଷ ହୋଇଥିଲେ ମଧ୍ୟ ପାନ୍ଥନିବାସ ପର୍ଯ୍ୟଟକଙ୍କ ପାଇଁ ଖୋଲା ହୋଇନାହିଁ।
ବିପରୀତରେ, ଏହା ଧାନ ଗୋଦାମରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। କେବଳ ଧାନ ନୁହଁ ମେଟାଲ୍ ଚିପସ, ବାଲିରେ ଭର୍ତ୍ତି ହୋଇ ରହିଛି। କୋଠରିଗୁଡ଼ିକ ଖୋଲାମେଲା ପଡ଼ିଥିବାରୁ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ପର୍ଯ୍ୟଟନ ଋତୁରେ ରାଜ୍ୟ ଓ ବାହାରୁ ଆସୁଥିବା ଭକ୍ତମାନେ ଘରୋଇ କଲ୍ୟାଣ ମଣ୍ଡପ ଓ ଲଜ୍ରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ସରକାରୀ ସୁବିଧା ନଥିବାରୁ ସେମାନେ ୨/୩ ଗୁଣା ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି।ପୀଠ ବସଷ୍ଟାଣ୍ଡରେ ଯାତ୍ରୀବାହୀ ବସଗୁଡ଼ିକ ରହୁଥିବା ସତ୍ତେ, ସେଠାରେ ଶୌଚାଳୟ କିମ୍ବା ପାନୀୟ ଜଳର ସୁବିଧା ନଥିବାରୁ ଯାତ୍ରୀମାନେ ଅସୁବିଧାରେ ପଡ଼ୁଛନ୍ତି।
ପାନୀୟ ଜଳ ବ୍ୟବସ୍ଥା ଦାବି
ନିକଟରେ ନୂତନ ଗାଡ଼ି ପାର୍କିଂ ସହିତ ମନ୍ଦିର ଚତୁର୍ଦ୍ଦିଗରେ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି ଉଠିଛି। ପାନ୍ଥନିବାସ ଚତୁର୍ଦ୍ଦିଗରେ ପାଚେରି ନଥିବାରୁ ଫାଟକରେ ତାଲା ପଡ଼ୁନାହିଁ। ଏହି ଅବ୍ୟବସ୍ଥାରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହି ସମସ୍ୟା ସମ୍ବନ୍ଧରେ ଜିଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି, ପର୍ଯ୍ୟଟକଙ୍କ ଅଭିଯୋଗ ଉପରେ ଅନୁଧ୍ୟାନ କରିବାକୁ ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କୁ ନିର୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/16/bhadrak-2025-12-16-17-55-10.jpg)