ଭଦ୍ରକ/ଚାନ୍ଦବାଲି (ହରିହର ନାୟକ):ବୈତରଣୀ ନଦୀ ହେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାର ଜୀବନରେଖା। ଆବହମାନ କାଳରୁ ଏହି ନଦୀ ପାରହୋଇ ଲୋକେ ଚାନ୍ଦବାଲିରୁ ରାଜଜନିକା, ଆଳି, ଓଲାଭରକୁ ଯିବା ଆସିବା କରୁଥିଲେ। ବୈତରଣୀ ନଦୀ ଫେରିଘଟ ଉପରେ ନିର୍ଭର କରି ଏ ଅଞ୍ଚଳର ଲୋକମାନେ ଜଳ ଯାତ୍ରା କରିବା ସହ ବେପାର ବଣିକ, ସାଂସ୍କୃତିକ ଓ ଭାବଗତ ସମ୍ପର୍କ ରକ୍ଷା କରି ଆସୁଥିଲେ। ଇଂରେଜ ସରକାର ଓ କନିକା ରାଜାଙ୍କ ସମୟରେ ନଦୀରେ ପୋଲଟିଏ ହୋଇପାରି ନଥିଲା। ଲୋକେ ବିପଦପୂର୍ଣ୍ଣ ଭାବରେ ଡଙ୍ଗାରେ ନଦୀ ପାର ହେଉଥିଲେ।
ବର୍ଷା, ବନ୍ୟା ଓ ବାତ୍ୟା ସମୟରେ ଡଙ୍ଗାରେ ନଦୀ ପାର ହେବା ବେଳେ ଅନେକ ସମୟରେ ଡଙ୍ଗା ବୁଡ଼ି ଯାଉଥିଲା। ଲୋକଙ୍କ ଧାନ ଜୀବନ ଚାଲି ଯାଉଥିଲା। ଲୋକଙ୍କର ବହୁ ଦିନର ଦାବି ପରେ ଗତ ୨୦୦୭-୦୮ ମସିହାରେ ତତ୍କାଳୀନ ସରକାର ବୈତରଣୀ ନଦୀ ଉପରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ଏକ ସେତୁ ଓ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଉଭୟ ପାର୍ଶ୍ଵରେ ଆପ୍ରୋଚ ରୋଡ୍ ନିର୍ମାଣ କରିବା ଯୋଗୁଁ ଗମନାଗମନ ଓ ପରିବହନ କ୍ଷେତ୍ରରେ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା। ୨୦୧୬ ମସିହାରେ ଏହି ସେତୁ ଦବି ଯାଉଥିଲା। ଆଜି ପର୍ଯ୍ୟନ୍ତ ଏହାର ମରାମତି ହୋଇ ପାରିଲା ନାହିଁ। ଏହା ଏବେ ବିପଦପୂର୍ଣ୍ଣ ଭାବରେ ରହିଛି।
ବଡ଼ ଗାଡ଼ି ଯିବାବେଳେ ଭୟ ଲାଗୁଛି
ଏହି ସେତୁ ଦେଇ ପ୍ରତିଦିନ ବସ୍, ଟ୍ରକ ଓ ବହୁ ଭାରିଯାନ ଯାତାୟାତ କରୁଛି। ଏହି ସେତୁର ଦୈର୍ଘ୍ୟ ୨୮୬ ମିଟ ଓ ପିଲାର ସଂଖ୍ୟା ୪ ରହିଛି। ପ୍ରଥମରୁ ସେତୁ ନିର୍ମାଣ ପାଇଁ ୧୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଗେମନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନି ୧୯୯୧ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେତୁ ନିର୍ମାଣ ଓ ପରେ ରାଜକନିକା ପାଖ ୫୦୦ମି ଓ ଚାନ୍ଦବାଲି ପାଖ ୯୦୦ମି. ଆପ୍ରୋଚରୋଡ଼ ନିର୍ମାଣ କରାଯାଇ ୨୦୦୮ ମସିହା ମେ ମାସ ୨୭ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ।
ଆହୁରି ପଢ଼ନ୍ତୁ: Imran Khan Meeting: ମୁଣ୍ଡ ନୁଆଁଇଲା ପାକିସ୍ତାନ;ଇମ୍ରାନଙ୍କୁ ଭେଟ କରିବା ପାଇଁ ଭଉଣୀଙ୍କୁ ମିଳିଲା ଅନୁମତି
ଯାତାୟାତରେ ଭୟ ଓ ଆଶଙ୍କା
ବୈତରଣୀ ସେତୁ ନିର୍ମାଣ ପରେ ଚାନ୍ଦବାଲିରୁ ଭୁବନେଶ୍ଵରର ଦୂରତା ପ୍ରାୟ ୫୬ କିମି କମିଗଲା। ଅଳ୍ପ ସମୟରେ ଯାତ୍ରୀ ଏହି ସେତୁ ଦେଇ ଯାତାୟାତ କଲେ। ଚାନ୍ଦାଲିରୁ ଭୁବନେଶ୍ଵର ଭାୟା କେନ୍ଦ୍ରାପଡ଼ା ଯାତାଯାତ ପାଇଁ ସୁବିଧା ହେଲା। ଗତ କିଛି ବର୍ଷ ମଧ୍ୟରେ ଧୀରେଧୀରେ କ୍ରମଶଃ ସେତୁ ଦବିବା ଫଳରେ ଯାତାୟାତରେ ଭୟ ଓ ଆଶଙ୍କା ସୃଷ୍ଟି ହେଲା। ଯାହା ଫଳରେ ବିପଦରେ ବୈତରଣୀ ସେତୁ ଏବଂ ଏହା ଉପରେ ଭାରିଯାନ ଚଳାଚଳରେ ମଧ୍ୟ ଆଶଙ୍କା ସୃଷ୍ଟି ହେଲା। ବାରମ୍ବାର ଏ ଖବର ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ପୂର୍ବ ବିଭାଗ ଅନୁଧ୍ୟାନ କରି ଏହା ମରାମତି ହୋଇ ପରିବ ନାହିଁ ବୋଲି କହିଲେ। ଫଳରେ ବୈତରଣୀ ନଦୀ ଉପରେ ଆଉ ୨ଟି ସେତୁ ନିର୍ମାଣ ପାଇଁ ସର୍ଭେ କରାଯାଇ ପ୍ରାୟ ୩ ଶହ କୋଟି ଟଙ୍କାର ଏକ ପ୍ଲାନ ତିଆରି ହୋଇଛି। କିନ୍ତୁ ଟେଣ୍ଡରରେ ଅହେତୁକ ବିଳମ୍ବ ହେଉଛି। ଅପରପକ୍ଷରେ ସେତୁର ୨୩ଟି ଜାଗା ଦବି ଯାଇଛି। ସେତୁର ଉଭୟ ପାର୍ଶ୍ଵ ନଦୀ ଖାଇ ଖାଇ ଯାଇଛି। ଚାନ୍ଦବାଲିର ବୈତରଣୀ ସେତୁ ବିପଦପୂର୍ଣ୍ଣ ଥିବାରୁ ଏତାରେ ରାଜ୍ୟ ସରକାର ଦ୍ଵିତୀୟ ବୈତରଣୀ ସେତୁ ନିର୍ମାଣ କରିବାକୁ ଚାନ୍ଦବାଲି ଓ ରାଜକନିକା ଅଞ୍ଚର ବୁଦ୍ଧିଜୀବୀମାନେ ଦାବି ଉଠାଇଛନ୍ତି।
ଆହୁରି ପଢ଼ନ୍ତୁ: Sanchar Saathi Default All Mobile: ସଞ୍ଚାର ସାଥୀ ଆପ୍କୁ ସରକାର ଲୋକଙ୍କ ଫୋନ୍ରେ ରଖିବାକୁ ଚାହୁଁଛନ୍ତି କାହିଁକି ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/03/baitarani-bridge-2025-12-03-19-01-49.jpg)