ଆରଡ଼ିରେ ୨୦୦ ଫୁଟ୍ ଧସିଗଲା ବୈତରଣୀ ନଦୀବନ୍ଧ: ଯାଜପୁର-ଭଦ୍ରକ ଯୋଗାଯୋଗ ବିଚ୍ଛିନ୍ନ ଆଶଙ୍କା

Advertisment
ଆରଡ଼ିରେ ୨୦୦ ଫୁଟ୍ ଧସିଗଲା ବୈତରଣୀ ନଦୀବନ୍ଧ: ଯାଜପୁର-ଭଦ୍ରକ ଯୋଗାଯୋଗ ବିଚ୍ଛିନ୍ନ ଆଶଙ୍କା

kalinga tv

ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡ଼ି ସାଠି ବାଙ୍କୁଡ଼ାଠାରେ ବୈତରଣୀ ନଦୀବନ୍ଧ ୨୦୦ ଫୁଟ ଧସିଯାଇଥିବାର ଖବର ମିଳିଛି। ଏହାଫଳରେ ଯାଜପୁର-ଭଦ୍ରକ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଆରଡ଼ିଠାରୁ ଯାଜପୁର ରାସ୍ତାର ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି। ଶ୍ରଦ୍ଧାଳୁମାନେ ଆଖଣ୍ଡଳମଣିଙ୍କୁ ଦର୍ଶନ ଲାଭ କରିବାରୁ ବଞ୍ଚିତ ହେବାର ଆଶଙ୍କା ଦେଖା ଦେଇଛି। ଏହାଛଡ଼ା ଏବେ ଶ୍ରାବଣ ମାସ ଆରମ୍ଭ ହେଉଥିବାରୁ କାଉଡ଼ିଆମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। କିନ୍ତୁ ଏଯାଏ ପ୍ରଶାସନ ପକ୍ଷରୁ ଏନେଇ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe