ଭଦ୍ରକ: ଭୁଲ ଇଞ୍ଜେକସନ୍‌ ଦେବାରୁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ, ସ୍ଥାନୀୟ ଲୋକଙ୍କ ଉତ୍ତେଜନା

Advertisment
ନାବାଳକକୁ ପିଟିପିଟି ହତ୍ୟା!

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ସବୁବେଳେ ଅଭିଯୋଗ ହୋଇ ଆସୁଛି। ମତୋ ବଜାର ଠାରେ ରବିବାର ମାନସ ପଣ୍ଡା ନାମକ ଜଣେ ଫାର୍ମାସିଷ୍ଟଙ୍କ କ୍ଲିନିକରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଶିଶୁ ପୁତ୍ର ଆଜି କ୍ଲିନିକୁ ଆସିଥିବା ଜଣେ ଫର୍ମାସିଷ୍ଟ ଇଞ୍ଜେସକସନ୍‌ ଦେଇଥିଲେ। ଫଳରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭୁଲ ଇଞ୍ଜେକସନ୍‌ ଯୋଗୁଁ ପିଲାଟିର ମୃତ୍ୟୁ ହୋଇଛି। ଫଳରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି।

ରିପୋର୍ଟ ଅନୁସାରେ ଜଳେଶ୍ୱରପୁର ପଞ୍ଚାୟତ ନୂଆଗାଁ ବଇଦ ପୋଖରୀ ଗାଁର ସୁରେଶ ମହାଳିକଙ୍କ ୯ ବର୍ଷର ପୁଅ ଚୁଇଁଆ ମହାଳିକ(୯) ମାମୁଘର ମତୋ ମାଳବାଡ଼କୁ ଆସିଥିଲା। ଆଜି ଅପରାହ୍ନରେ ତାକୁ ଜ୍ୱର ହେବାରୁ ବଜାର ଉପରେ ଥିବା ଫାର୍ମାସିଷ୍ଟଙ୍କ କ୍ଲିନକକୁ ନିଆଯାଇଥିଲା। ତେବେ ଫାର୍ମାସିଷ୍ଟ ଜଣଙ୍କ ତାଙ୍କ ନିକଟରେ ଥିବା ଏକ ଇଞ୍ଜେକସନ୍‌ ଦେବାରୁ ଶିଶୁ ପୁତ୍ର ବେହୋସ ହୋଇଯାଇଥିଲା। ପରେ ଛଟପଟ ହୋଇ ତଳେ ପଡ଼ି ଯିବାରୁ ପରିବାର ଲୋକେ ମେଡିକାଲକୁ ନେଇ ଯାଉଥିବା ସମୟରେ ବାଟରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe