Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ

Advertisment

ଭଦ୍ରକ ଜିଲ୍ଲାରେ ମଣ୍ଡିରୁ ଧାନ କିଣାରେ ଅହେତୁକ ବିଳମ୍ବ ଓ ଏଫ୍‌ଏକ୍ୟୁ ବାହାନାରେ ଚାଷୀଙ୍କୁ ଶୋଷଣ କରିବା ନେଇ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଭଦ୍ରକ ଜିଲ୍ଲାରେ ମଣ୍ଡିରୁ ଧାନ କିଣାରେ ଅହେତୁକ ବିଳମ୍ବ ଓ ଏଫ୍‌ଏକ୍ୟୁ ବାହାନାରେ ଚାଷୀଙ୍କୁ ଶୋଷଣ କରିବା ନେଇ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ।

bhadrak

ଭଦ୍ରକ (ହରିହର ନାୟକ):  ଜିଲ୍ଲାରେ ମଣ୍ଡିରୁ ଧାନ କିଣାରେ ଅହେତୁକ ବିଳମ୍ବ ଓ ଏଫ୍‌ଏକ୍ୟୁ ବାହାନାରେ ଚାଷୀଙ୍କୁ ଶୋଷଣ କରିବା ନେଇ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି। ଚାଷୀର ତଣ୍ଟି ଚିପି ମିଲର ଅହାଜନ ସାଜି ବାକୁ ଯୋଜନା କରିଛି। ଦଲାଲ ଆଉ ମିଲର  ମେଲି ହୋଇ ଚାଷୀର ଧାନ ଟଙ୍କାକୁ ଚଲୁ କରି ନେବାକୁ ଯୋଜନା କରିଛନ୍ତି। ସରକାର ମଧ୍ୟ ଏଥିରେ ସାଯୋଗର ହାତ ବଢାଇଛନ୍ତି। ପ୍ରଶାସନ  ନୀରବରେ ସବୁ ଦେଖୁଛି। ଚାଷୀ ଟଙ୍କାକୁ ଭାଗବାନ୍ତି ଖାଇଦେବକୁ ଯେଉଁ ଚକ୍ରାନ୍ତ ଚାଲିଛି। ତାହା କଂଗ୍ରେସ କରାଇ ଦେବ ନାହିଁ ବୋଲି ଶ୍ରୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରୁଛନ୍ତି। 

ଭଦ୍ରକ ଜିଲ୍ଲାରେ  ମିଲର ଓ ପ୍ରଶାସକଙ୍କ ଆସାଧୁ ମେଳି ପାଇଁ ଚାଷୀ ହତାଶ ହେବା ସହିତ ଧାନକିଣା ନିୟମ ଚାଷୀଙ୍କ ଦୁର୍ଦ୍ଦଶା ଦ୍ଵିଗୁଣିତ କରିଛି। ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ କିଭଳି ଚାଷୀଙ୍କ ଧାନ ନେବାକୁ ପ୍ରଶାସନ ଲୁଚକାଳି ଖେଳୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସ୍ବାର୍ଥକୁ ଦଳି ମକଚି ଦେଉଛି। ଏଫ୍‌ଏକ୍ୟୁମାନର ଧାନ କିଣା ଯିବା କହି ସରକାର ସମୟ ଗଡ଼ାଇ ଚାଲିଛନ୍ତି। ଏହି ବାହାନାରେ ଚାଷୀଙ୍କ ଧାନ ନନେବାକୁ ଚାଲ୍ କରିଛନ୍ତି। ଏଫ୍‌ଏକ୍ୟୁ ବାହାନାରେ ସରକାର ଅନଭିଜ୍ଞ ଘରୋଇ ସଂସ୍ଥାକୁ ଅନଭିଜ୍ଞ କ୍ୱାଲିଟୀ ଆନାଲାଇସରଙ୍କ ଦ୍ଵାରା ଧାନର ମାନ ନିର୍ଧାରଣ କରିବାକୁ ଦିଆଯାଇଛି। ଧାନ କିଣା ସମୟ ଗଡ଼ାଇ ଚାଷୀଙ୍କ ଯନ୍ତ୍ରଣା ବଢାଇଛନ୍ତି। ଧାନ ଚାଷ କରି ଚାଷୀ ଦଣ୍ଡ ପାଉଛନ୍ତି। ୫ ତାରିଖରୁ ମଣ୍ଡି ରେ କଣ୍ଟା ପୂଜା ସାରିଦେଇ ସରକାର ହାତ ବାନ୍ଧି ବସିଛନ୍ତି। ଜିଲ୍ଲାରେ ୮୦ ହଜାର ଟୋକନ୍ ଇସୁ ହେଇଛି। କିଛି ଟୋକନ୍‌ର ଅବଧି ଫେବ୍ରୁଆରି ୫ ତାରିଖରେ ସରୁଛି।

ଗଦାଗଦା ହୋଇପଡ଼ିଛି ଧାନ ବସ୍ତା

ମିଲର ଧାନ ନ କିଣିବାରୁ ମଣ୍ଡିରେ ଖଳାରେ ଧାନ ବସ୍ତା ଗଦା ଗଦା ହୋଇ ପଡ଼ି ରହିଛି। ଚାଷୀ ହତାଶ ହୋଇ ନିଜର ଅତ୍ୟାବଶ୍ୟକ ସମସ୍ୟା ମେଣ୍ଟାଇବା ନିମନ୍ତେ ବାଧ୍ୟହୋଇ, ହତାସ ହୋଇ ନିର୍ଦ୍ଧାରିତ ମୂଲ୍ୟର ଅଧା ଦରରେ ୧୪୦୦ରୁ ୧୬୦୦ ଟଙ୍କାରେ ଧାନ ବିକୁଛନ୍ତି ଯାହା ଦୁଃର୍ଭାଗ୍ୟ ଜନକ। ଚାଷୀ ଆଖିରେ ଲୁହ ଗଡୁ ଥିବା ବେଳେ ପ୍ରଶାସନ ନାଚ ଗୀତ କରି ଜିଲ୍ଲାରେ ଭଦ୍ରୟନୀ ନାମରେ ରାଜନୀତି କରୁଛନ୍ତି। ଚାଷୀ ପାଇଁ ପ୍ରଶାସନର ଚିନ୍ତା ନାହିଁ। ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି ମିଲରଙ୍କୁ ଖୁସି କରିବା ପାଇଁ। ଧାନ ସୁଖିଗଲେ କିଣିବା ପାଇଁ ଯୋଜନା କରିଛନ୍ତି। ଆଗରୁ ନଭେମ୍ୱରରୁ ଡିସେମ୍ବର ମଧ୍ୟରେ ମଣ୍ଡି ଖୁଲୁଥିଲେ। ଏଥର ବିଳମ୍ବରେ ଜାନୁଆରି ୫ରେ ଖୋଲିଲେ। ଅଦ୍ୟାବଧି ମଣ୍ଡିରେ ଧାନ କିଣି ନାହାନ୍ତି। ,ପରିସ୍ଥିତ ଏପରି ହୋଇଛି ଧାନ ଚାଷ ଓ ଅମଳ କଷ୍ଟ ଠାରୁ ଧାନ ବିକ୍ରୀର କଷ୍ଟ ଚାଷୀଙ୍କ ପାଇଁ ଦ୍ୱିଗୁଣିତ ହୋଇଛି।

ଆହୁରି ପଢ଼ନ୍ତୁ: Donald Trump: ୮୦୦ ଫାଶୀଦଣ୍ଡ ନେଇ ଟ୍ରମ୍ପଙ୍କ ମିଛ ଧରାଇଦେଲା ଇରାନ

କଂଗ୍ରେସର ଦାବି

ଜିଲ୍ଲା ମହୋତ୍ସବ ନାଁରେ ଜିଲ୍ଲାର ସମ୍ମାନକୁ କେମିତି ଦଳି ଦିଆଗଲା ସେଇଟା ସାରା ଓଡ଼ିଶା ଦେଖିଲା। ଶାସକ ଦଳର କନ୍ଦଳ ପାଇଁ ମହୋତ୍ସବକୁ ଗୋଟିଏ ଦିନ ବନ୍ଦ କରି ଦିଆଗଲା। ଏବେ ସେଥିରେ ପ୍ଯାଚ ପକାଇବାକୁ ଜିଲା ପ୍ରଶାସନ ମାତିଛି। ଏପଟେ ହଜାର ହଜାର ଚାଷୀ ଧାନ ବିକି ନପାରି କାନ୍ଦୁଛନ୍ତି। କଂଗ୍ରେସ ଦଳ ଏଠାରେ ଏକ ନୀତିଗତ ଦାବି ରଖୁଛି। ଜିଲ୍ଲାପାଳ ଏକ ସ୍ପେଶାଲ ସ୍କ୍ବାର୍ଡ ଗଠନ କରନ୍ତୁ। ମିଲରଙ୍କ ଗୋଦାମ ଯାଞ୍ଚ କରନ୍ତୁ। କେଉଁ ମିଲରେ କେତେ ଧାନ ଅଛି ତାହା ଦେଖନ୍ତୁ। ସେହିସବୁ ଧାନ ଚାଷୀଙ୍କର ନା ଦଲାଲ ଆଗୁଆ ମିଲରେ ରଖିଛନ୍ତି ତାର ତଦନ୍ତ ହେଉ। ସବୁକଥାରେ ପ୍ରଚାରକୁ ଗୁରୁତ୍ବ ଦେଉଥିବା ପ୍ରଶାସନ ଏହି ଚଢଉ ମଧ୍ଯ ମିଡିଆ ବନ୍ଧୁଙ୍କୁ ସାଥିରେ ନେଇ କରୁ। ସେହିଭଳି ପ୍ରତି ଧାନକିଣା କେନ୍ଦ୍ରରେ ସିସିଟିଭି ଲାଗିବାର ନିୟମ ରହିଛି। ଆମର ଦାବି ହେଲା ପ୍ରତିଦିନ ପ୍ରତି ଧାନକିଣା କେନ୍ଦ୍ରର ସିସିଟିଭି ଫୁଟେଜ ପ୍ରଶାସନ ନିଜ ୱେବସାଇଟରେ ଅପଲୋଡ କରୁ। କେଉଁ ସୋସାଇଟିରେ ଦୈନିକ କେତେ ଧାନକିଣା ହେଲା, ମିଲର ଗାଡି କେତେ ଧାନ  ଉଠାଇଲା ସେସବୁ ଆପକୁ ଆପେ ଜଣାପଡିବ। ଭଦ୍ରାୟଣୀର ନାଚଗୀତକୁ ଅପଲୋଡ କରିବାର ବ୍ଯବସ୍ଥା କରିଥିବା ପ୍ରଶାସନ ଚାଷୀଙ୍କ ପାଇଁ ତଥା ଧାନକିଣାରେ ସ୍ବଛତା ରକ୍ଷା ପାଇଁ ଏହା କରୁ।  

ଆହୁରି ପଢ଼ନ୍ତୁ: Mahanadi: ବାଲିବନ୍ଧ ଭାଙ୍ଗିବାକୁ ମହାନଦୀ ବଞ୍ଚାଓ ଆନ୍ଦୋଳନ ଦେଲା ଚେତାବନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe