ଦୁଇ ଦିନରେ ଭଦ୍ରକ ଜିଲ୍ଲାରେ ଦୁଇଟି ଦୁଷ୍କର୍ମ ଉଦ୍ୟମ, ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ମହିଳାଙ୍କୁ କାର୍ ଭିତରେ ଦୁଷ୍କର୍ମ ଅଭିଯୋଗ

image source- aajtak

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ ଦୁଇ ଦିନ ଭିତରେ ଦୁଇଟି ଦୁଷ୍କର୍ମ ଉଦ୍ୟମ, ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି। ଏଥିମଧ୍ୟରୁ ଦୁଇଜଣ ପୀଡ଼ିତା ହେଉଛନ୍ତି ନାବାଳିକା। ଅପରପକ୍ଷରେ ଜଣେ ମହିଳାଙ୍କୁ ବି ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଜଣାଯାଇଛି। ଏହି ଘଟଣାରେ ଚାରି ଅଭିଯୁକ୍ତକୁ ପୁଲିସ ଅଟକ ରଖିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ଥାନାର କେଶପୁର ଗ୍ରାମର ଜଣେ ୧୦ ବର୍ଷର ନାବାଳିକାଙ୍କୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାର ଧଉଳି ଗ୍ରାମର ଯୁବକ ନଣ୍ଡା ଦାଶ ଅପରାହ୍ନରେ ଟେକି ନେଇ ପାଟିରେ ରୁମାଲ ବାନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ନଣ୍ଡା ଫେରାର ହୋଇଯାଇଥିବା କୁହାଯାଉଛି।

ଠିକ୍ ସେହିପରି ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଜଦରଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରେ ଏକୁଟିଆ ପାଇ କାହ୍ନା ଜେନା ନାମକ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହୋଇଥିବା ଜଣାଯାଇଛି।

Image result for bhadrak police station Image Source-Odisha Diary

ଅପରପକ୍ଷରେ ଧାମରାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଜଣାଯାଇଛି। ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe