ଭଦ୍ରକ ୧୦ ଲକ୍ଷ ଲୁଟ୍‌ ଘଟଣା : ସୋରରୁ ଜଣଙ୍କୁ ଉଠାଇନେଲା ପୁଲିସ

ଭଦ୍ରକ ୧୦ ଲକ୍ଷ ଲୁଟ୍‌ ଘଟଣା : ସୋରରୁ ଜଣଙ୍କୁ ଉଠାଇନେଲା ପୁଲିସ

Photo by : etimg.com

ଭଦ୍ରକ : ଭଦ୍ରକର ଜନଗହଳିପୂର୍ଣ୍ଣ ନୂଆବଜାର ଛକରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଶାଖା ସମ୍ମୁଖରୁ ଗତକାଲି ଦିନ ଦ୍ଵିପ୍ରହରରେ ଜଣେ ବ୍ୟକ୍ତିିଙ୍କ ନିକଟରୁ ଦୁଇ ଜଣ ଲୁଟେରା ଏକ କଳା ପଲ୍‌ସର ଗାଡ଼ିିରେ ଆସି ୧୦ ଲକ୍ଷ ଟଙ୍କା ଲୁଟି ନେବା ଘଟଣାରେ ଭଦ୍ରକ ଟାଉନ ପୁଲିସ ଆଜି ଜଣେ ଯୁବକଙ୍କୁ ସନ୍ଦେହରେ ସୋରରୁ ଉଠାଇଛି। ସୋରରୁ ଏଇ ଯୁବକଙ୍କୁ ଉଠାଇ ଆଣି ଭଦ୍ରକ ପୁଲିସ ତାକୁ ପଚରାଉଚରା ଜାରି ରଖିଛି।

ତା’ ନିକଟରୁ କିଛି ତଥ୍ୟ ମିଳୁ ନଥିବା ବେଳେ ଆଉ କିଛି ତଥ୍ୟର ତାଳମେଳ ରହୁ ନାହିଁ। ଏମିତି ଅବସ୍ଥାରେ ପୁଲିସ ଟିକେ ଅଡୁଆରେ ପଡିଛି। ଯୁବକ ଭଦ୍ରକ ଲୁଟ୍‌ ଘଟଣା ନେଇ କିଛି କଥା ସ୍ପଷ୍ଟ କରୁ ନଥିବା ବେଳେ ପୁଲିସକୁ ଆହୁରି କିଛି ନୂଆ ଦିଗ ଉପରେ ତଦନ୍ତ ଆରମ୍ଭ କରିବାକୁ ପଡିଛି। ତେବେ ସୋରରୁ ଉଠା ଯାଇଥିବା ଯୁବକଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡିଛି। ଏମିତି ଲୁଟେରା ଟିମ୍‌ ବିଶେଷକରି ଗଂଜାମ ବ୍ରହ୍ମପୁର ଅଞ୍ଚଳରେ ବେଶୀ ଲୁଟ୍‌ ତରାଜ କରନ୍ତି। ଏଇ ଲୁଟେରା ଟିମ୍‌ ଭଦ୍ରକରେ ମଧ୍ୟ ଅତୀତରେ ମଧ୍ୟ ଏଭଳି କୌଶଳରେ କିଛି ଲୁଟ୍‌ କରିଥିଲେ।

ଭଦ୍ରକରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଏଇ ଯୁବକ ନିକଟରୁ ପୁଲିସ ୨୧ ହଜାର ଟଙ୍କାର ପାଞ୍ଚ ଶହ ଟଙ୍କିଆ ନୋଟ୍‌ ଜବତ କରିଛି। ଏଇ ନୋଟ୍‌ କେଉଁଠୁ ଆଣିଛି ବୋଲି ପୁଲିସ ପଚାରିଲେ ସଂପୃକ୍ତ ଯୁବକ ଏହାର ସନ୍ତୋଷଜନକ ଉତ୍ତର କିଛି ଦେଉ ନାହିଁ। ତଦନ୍ତ ବେଳେ ଯୁବକ ଜଣକ ଅନେକ କଥା ଲୁଚାଉଥିବା ବେଳେ ପୁଲିସ ଗତକାଲିର ଲୁଟ୍‌ ଘଟଣାର ଟେର ପାଇପାରୁ ନାହିଁ। ଦିନ ଦ୍ଵିପ୍ରହରରେ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଲୁଟେରା ଟିମ୍‌ ଫେରାର ହୋଇଯିବା ଘଟଣା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟିକରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe